fbpx

(Video) : ୧୦୦୦ କୋଟି ଛୁଇଁବ ‘କଲ୍ଲି ୨୮୯୮ ଏଡି’ ଆଉ ମାତ୍ର…….

ଓଡିଶା ଭାସ୍କର: ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ‘କଲ୍ଲି ୨୮୯୮ ଏଡି’ ବକ୍ସ ଅଫିସରେ ଝଡ ସୃଷ୍ଟି କରିଚାଲିଛି । ଏହି ସାଇନ୍ସ- ଫାଇ ସିନେମା ଦେଶ ତଥା ସାରା ବିଶ୍ୱରେ ଛାଇ ହୋଇଯାଇଛି । ସିନେମା ସାରା ବିଶ୍ୱରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ବୈଶ୍ୱିକସ୍ତରରେ ମଧ୍ୟ ଏହା ରେକର୍ଡ କରି ସାରିଲାଣି । ରିଲିଜ ହେବାର ୧୨ ତମ ଦିନରେ ‘କଲ୍ଲି ୨୮୯୮ ଏଡି’ ଆୟ ମାମଲାରେ ପଛରେ ପଡିନି । ଦ୍ୱିତୀୟ ସପ୍ତାହରେ ମଧ୍ୟ ସିନେମା ଦମଦାର ଆୟ ଏବେ ବି ସିନେପ୍ରେମୀଙ୍କୁ ସିନେମା ହଲ ଆଡକୁ ଟାଣି ଚାଲିଛି । ସାରାବିଶ୍ୱରେ ଏହି ସିନେମା ଏବେ ପ୍ରାୟ ୯୦୦ କୋଟି ଆୟ କରି ସାରିଲାଣି । ୧୦୦୦ କୋଟିର ଯାଦୁକରୀ ଆକଳନ ଆଡକୁ ମୁହାଁଉଛି ‘କଲ୍ଲି ୨୮୯୮’ ।

‘କଲ୍ଲି ୨୮୯୮ଏଡି’ ର ପ୍ରଡକ୍ସସନ ହାଉସ ବୈଜୟନ୍ତୀ ମୁଭିଜ ସୂଚିତ କରିଛି ଯେ, ବାସ୍ତବରେ ଏହି ସିନେମା ୯୦୦ କୋଟିରେ ପହଞ୍ଚିଛି । ଆଗାମୀ ଦିନରେ ଏହା ୧୦୦୦ କୋଟି ପାର ହେବ ବୋଲି ମଧ୍ୟ ଆଶା କରାଯାଉଛି । ଏକ ସ୍ୱତନ୍ତ୍ର ପୋଷ୍ଟର ସେୟାର କରି ସେମାନେ ଲେଖିଛନ୍ତି, ‘ମୈଜିକାଲ ମାଇଲ ଷ୍ଟୋନ କି ଔର ଅଗ୍ରସର….ଏପିିକ ବ୍ଲକବ୍ଲଷ୍ଟର କଲ୍ଲି ସିନେମା ଘରୋ ମୈ’ । ‘ଇଣ୍ଡିଆନ – ୨’ ର ରିଲିଜ ପର୍ଯ୍ୟନ୍ତ ‘କଲ୍ଲି ୨୮୯୮ ଏଡି’ ୧୨ ଜୁଲାଇ ଯାଏଁ ଏମିତି ହିଁ ଆଗକୁ ବଢୁଥିବ ବୋଲି ଆକଳନ କରାଯାଉଛି । ସିନେମାଟି ୨୭ ଜୁନରେ ଉଭୟ ୨ ଡି ଓ ୩ ଡି ଭର୍ଜନରେ ସିନେମା ଘରକୁ ଆସିଥିଲା ।

 

View this post on Instagram

 

A post shared by Kalki 2898 – AD (@kalki2898ad)

Get real time updates directly on you device, subscribe now.