fbpx

UGCର ନୂଆ ପଲିସି: ପିଲାଙ୍କ Fees ଫେରାଅ, ନଚେତ୍ ରଦ୍ଦ ହେବ କଲେଜ ମାନ୍ୟତା!

ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଅନେକ ଅଭିଯୋଗ ପରେ ଏକ ବଡ଼ ନିଷ୍ପତ୍ତି ନେଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) । ପିଲାମାନଙ୍କ ଫି’କୁ ନେଇ ନୂଆ ପଲିସି ପ୍ରସ୍ତୁତ କରାଯାଇଛି । ଫି’ ରିଫଣ୍ଡ ପଲିସି-୨୦୨୪ ରେ ନିୟମଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ କଡ଼ାକଡ଼ି କରିଛି ୟୁଜିସି । ଯଦି ଉଚିତ ସମୟରେ କୌଣସି ଛାତ୍ରଙ୍କ ଫି’ କଲେଜ ଫେରସ୍ତ ନ କରେ, ତେବେ କଲେଜର ମାନ୍ୟତା ମଧ୍ୟ ରଦ୍ଦ ହୋଇପାରେ । ଏହାସହିତ ଆହୁରି ଅନେକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ ।

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟରେ ସଚିବ ମନୀଷ ଜୋଶୀ ଏ ନେଇ ଏକ ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ ଛାତ୍ରଛାତ୍ରୀଙ୍କ ଫି’କୁ ନେଇ ସମସ୍ତ ନିୟମ କାନୁନ ବିଷୟରେ ସୂଚନା ଦିଆଯାଇଛି । ଏହି ନିୟମ ଅନୁସାରେ, ଫି’ ଫେରାଇବା ଭଳି ସ୍ଥିତିରେ କଲେଜର ମାନ୍ୟତା ରଦ୍ଦ କରିବା ନେଇ ଉଲ୍ଲେଖ ରହିଛି । ଇଞ୍ଜିନିୟରିଙ୍ଗ, ମେଡିକାଲ ସମେତ ଅନ୍ୟାନ୍ୟ କଲେଜ ଉପରେ ଏହି ନିୟମ ଲାଗୁ କରାଯିବ । ପିଲାଙ୍କ ଫି’ ନ ଫେରାଇବା ଭଳି ସ୍ଥିତିରେ ଥିବା କଲେଜ ପ୍ରଶାସନ ଉପରେ ଏକ କଡ଼ା ଫ୍ରେମୱର୍କ ପ୍ରସ୍ତୁତ କରିଛି ୟୁଜିସି ।

ତେବେ ନୋଟିସ ଅନୁସାରେ, ଏଥିପାଇଁ ଛାତ୍ରଛାତ୍ରୀ ବା ଅଭିଭାବକମାନଙ୍କୁ ମଧ୍ୟ ଏହି ନିୟମ ଅଧୀନରେ ଆବେଦନ କରିବାକୁ ପଡ଼ିବ । ତେବେ ଫି’ ଫେରାଇବା ପାଇଁ ଏକ ସୀମିତ ସମୟସୀମା ରହିଛି । ଏହି ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ ଆବେଦନ କରିବାକୁ ହେବ । ଏହାଦ୍ୱାରା ସଠିକ ସମୟ ପୂର୍ବରୁ ସେମାନଙ୍କ ଟଙ୍କା କଲେଜ ଫେରାଇ ପାରିବ । ୟୁଜିସିକୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ଏ ନେଇ ଅଭିଯୋଗ ହୋଇଛି । ଏଜୁକେସନ୍ ସିଷ୍ଟମରେ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି ଯେ, କୌଣସି ପିଲା ଯଦି କଲେଜରୁ ନିଜ ନାମ ଫେରାଇ ନେଉଛନ୍ତି, ତେବେ ନିୟମ ଅନୁସାରେ ସେମାନଙ୍କୁ କଲେଜ ତରଫରୁ ଟଙ୍କା ଫେରସ୍ତ କରାଯାଏ ନାହିଁ । ବର୍ତ୍ତମାନ ଏହା ବିରୋଧରେ ଏକ ନୂଆ ନିୟମ ଆଣିଛି ୟୁଜିସି ।

Get real time updates directly on you device, subscribe now.