fbpx

ମସ୍କୋରେ ପିଏମ୍ ମୋଦୀଙ୍କ ଖୁଲାସା, ୩.୦ ପ୍ଲାନକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିବସୀୟ ରୁଷ ଗସ୍ତରେ ଅଛନ୍ତି । ମସ୍କୋ ପହଂଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ମୋଦୀ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିଥିଲେ । ସେଠାରେ ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ବେଗରେ କାର୍ଯ୍ୟ କରିବା ବିଷୟରେ କହିଥିଲେ । ଏହା ସହ ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥବ୍ୟବସ୍ଥା (Third Largest Economy)କରିବାକୁ ଲକ୍ଷ ରଖିଛନ୍ତି ।

ମୋଦୀ ‘୩.୦’ର କ୍ରେଜ୍ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଗସ୍ତରେ ଯାଇ ସେଠରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରି ‘୩’ ଅଂଙ୍କ ସହ ଜଡ଼ିତ ଟାର୍ଗେଟ ବିଷୟରେ କହିଥିଲେ । ‘ମୁଁ ୩ୟ ଥର ଶପଥ ନେଇଛି ଏବଂ ୩ ଗୁଣା କାର୍ଯ୍ୟ କରିବି । ତାଲିକାର ଶୀର୍ଷ ଲକ୍ଷରେ ରହିଛି ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବା । ଦଶ ବର୍ଷ ପୂର୍ବେ ଯେଉଁଠି ଷ୍ଟାର୍ଟଅପ ସଂଖ୍ୟା ଶହେରେ ଥିଲା ଆଜି ତାହା ଲକ୍ଷେରେ ପହଂଚିଛି । ଆଜି ଆମେ ବିଶ୍ୱରେ ୩ୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ଉଭା ହେଇଛୁ । ସାମ୍ପ୍ରତିକ ସମୟରେ ଭାରତୀୟ ଯୁବକଙ୍କ ଶକ୍ତି ଏବଂ କ୍ଷମତା ଦେଖି ବିଶ୍ୱ ଚକିତ । ବିଗତ ୧୦ ବର୍ଷରେ ବିକାଶ ଗତି ଦେଖି ବାହାରୁ ଦେଶକୁ ଆସୁଥିବା ଲୋକମାନେ କହୁଛନ୍ତି ଯେ ଭାରତ ବଦଳୁଛି’-ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଯୋଜନାର ଲାଭ ସମସ୍ତଙ୍କୁ ମିଳୁଛି । ଏଥିମଧ୍ୟରୁ ଲକ୍ଷପତି ଦିଦି ଯୋଜନା ଅନ୍ୟତମ । ତିନି ଲକ୍ଷ ଲକ୍ଷପତି ଦିଦି ଗଠନ କରିବା ନେଇ ଲକ୍ଷ ରଖିଛନ୍ତି ଯେଉଁମାନଙ୍କ ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ହେବ । ଏହା ବ୍ୟତୀତ ଗରିବଙ୍କ ଉପରେ ବିଶେଷ ଫୋକସ୍ ରହିବ । ସେମାନଙ୍କ ପାଇଁ ୩ କୋଟି ଘର ନିର୍ମାଣ କରିବା ଲକ୍ଷ ନିଶ୍ଚିତ ହୋଇଛି । ଆୟୁଷମାନ ଭାରତ ଯୋଜନା, ରେଳ ଲାଇନ୍ ଇଲେକ୍ଟ୍ରିଫିକେସନ୍ ଉପରେ ମଧ୍ୟ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ । ବିଶ୍ୱ ଅର୍ଥନୀତିର ଅବିବୃଦ୍ଧିରେ ଭାରତର ୧୫% ଅଂଶ ରହିଛି ଏବଂ ଆଗାମୀ ସମୟରେ ଏହା ଆହୁରି ବିସ୍ତାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.