fbpx

ବସିବ ପରିଚାଳନା କମିଟି ବୈଠକ, ସରକାରଙ୍କୁ ଦିଆଯିବ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ

ଓଡିଶା ଭାସ୍କର: ଆଜି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ରତ୍ନଭଣ୍ଡାର ଖୋଲିବାକୁ ନେଇ ଏଥିରେ ସରକାରଙ୍କୁ ପ୍ରସ୍ତାବ ଦେବ କମିଟି । ଗତକାଲି ମଧ୍ୟ ଜଷ୍ଟିସ ବିଶ୍ୱନାଥ କରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏଥିରେ ଆଲୋଚନା ହୋଇଥିଲା । ରତ୍ନଭଣ୍ଡାର ଅସଲି ଚାବିରେ ଖୋଲାଯିବ, ଯଦି ଚାବି ନ ମିଳେ ତେବେ ତାଲା ଭଙ୍ଗା ଯିବ ଓ ଏହାକୁ ସାର୍ବଜନୀନ ମଧ୍ୟ କରାଯିବ । ସେଠାରେ ଥିବା ସମସ୍ତ ଜିନିଷର ଡିଜିଟାଲ ଫଟୋ ଉତ୍ତୋଳନ ମଧ୍ୟ ହେବ । ତାହାସହିତ ଏହାର କ୍ୟାଟେଲକ ମଧ୍ୟ ତିଆରି ହେବ ।

Get real time updates directly on you device, subscribe now.