fbpx

ପ୍ରଥମେ Legal Team ସ୍କ୍ରିପ୍ଟର ଯାଞ୍ଚ କରିଥାନ୍ତି, ଏହା ପରେ କରନ ଜୋହର ଫିଲ୍ମ ନିର୍ମାଣ କରିଥାନ୍ତି, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଶୀର୍ଷ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ କରନ ଜୋହର ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଫିଲ୍ମ ଓ ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଏବଂ ପରେ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇଥାନ୍ତି କରନ । ଏଭଳି ସ୍ଥିତିରେ ସେ ସ୍କ୍ରିପ୍ଟ ରାଇଟର ଏବଂ ମ୍ୟୁଜିକ୍ ଟିମ୍ ଭଳି ନିଜ ପ୍ରଡକ୍ସନ୍ ହାଉସରେ ଏକ ଲିଗାଲ୍ ଟିମ୍ (Legal Team) ନିଯୁକ୍ତ କରିବା ଆରମ୍ଭ କରିଛନ୍ତି ।

ବଲିଉଡ଼ ଇଣ୍ଡଷ୍ଟ୍ରିରେ କେତେବେଳେ ଫିଲ୍ମର ସ୍କ୍ରିପ୍ଟ, ଗୀତ ଆଉ କେତେବେଳେ ପୋଷାକକୁ ନେଇ ହଙ୍ଗାମା ଦେଖାଦେଇଥାଏ । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ବିଶିଷ୍ଟ ଫିଲ୍ମ ନିର୍ମାତା କରନ ଜୋହର ନିଜ ପ୍ରଡକସନ୍ ହାଉସରେ ଲିଗାଲ ଟିମ୍ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ସେ କହିଥିଲେ, ‘ବଲିଉଡ଼ ଏକ ସଫ୍ଟ ଟାର୍ଗେଟ । ଫିଲ୍ମକୁ ନେଇ ଲିଗାଲ୍ କେସରେ ଫସିଯିବାର ଭୟ ସବୁବେଳେ ରହିଥାଏ । ଏଠାରେ ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ଅନେକ କଥା କହିଥାନ୍ତି ଏବଂ କରିଥାନ୍ତି ଆଉ ଆମେ କିଛି କରିଲେ ଅନ୍ୟମାନଙ୍କ ଟାର୍ଗେଟ ପାଲଟିଯାଉ । ଏହା ପରେ ଆପଣଙ୍କ ଉପରେ ଅନଲାଇନ୍ ଆଟାକ୍ ହୋଇଥାଏ ଏବଂ ଆପଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାନ୍ତି । ଏହା ଜୀବନର ବିଡ଼ମ୍ବନା । ଆମେ କୌଣସି କୋର୍ଟ କେସରେ ଫସିବାକୁ ଚାହୁଁନୁ । ପ୍ରତ୍ୟେକ ସ୍କ୍ରିପ୍ଟ, ଧର୍ମା ପ୍ରଡକସନ୍ ହେଉ କିମ୍ବା ଆମ ଡିଜିଟାଲ ପ୍ରଡକସନ୍ ଧର୍ମେଟିକ୍ ଏଣ୍ଟରଟେନମେଣ୍ଟର ଏହା ପ୍ରଥମେ ଲିଗାଲ ସେନସରସିପ୍ ଦେଇ ଗତି କରିଥାଏ । ଏହା ପରେ ଆମେ ଫିଲ୍ମ ନିର୍ମାଣ ଦିଗରେ ଆଗେଇଥାଉ ।

 

Get real time updates directly on you device, subscribe now.