fbpx

ସରକାରଙ୍କ ଅଜବ ନିୟମ; ଦୈନିକ ଥରୁଟିଏ ହସିବା ଜରୁରୀ, ଜାଣନ୍ତୁ ଏହା ପଛର କାରଣ

ଟୋକିଓ: କଥାରେ ଅଛି ‘Laughing is the best medicine’ । ହସିଲେ ଶରୀରରେ ‘ଫିଲ୍ ଗୁଡ୍ ହରମୋନ୍ସ’ ରିଲିଜ୍ ହୋଇଥାଏ । ଗବେଷଣାରୁ ପ୍ରକାଶ ଯେ ମନୁଷ୍ୟ ସବୁବେଳେ ଖୁସିରେ ରହିବା ଦ୍ୱାରା ଦୀର୍ଘାୟୁ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ଏକ ଦେଶ ଅଛି ଯେଉଁଠି ଦିନରେ ଥରୁଟିଏ ହସିବା ବାଧ୍ୟତାମୂଳକ ଅଟେ ଓ ଏଥିପାଇଁ ବିଶେଷ ନିୟମ ମଧ୍ୟ କରାଯାଇଛି ।

ରିପୋର୍ଟ ଅନୁଯାୟୀ ଜାପାନର ଏକ ସହରରେ ସରକାର ହସିବା ପାଇଁ ସ୍ୱତନ୍ତ୍ର ନିୟମ ପାସ୍ କରିଛନ୍ତି । ଏହା ଅନ୍ତର୍ଗତ ଏହି ସହରରେ ଲୋକଙ୍କୁ ଦିନରେ ଅତିକମରେ ଥରୁଟିଏ ହସିବା ବାଧ୍ୟତାମୂଳକ ଅଟେ । ଏମିତି ଏକ ସହର ହେଉଛି ‘ୟାମାଗାଟା’ । ଏବେ ଆପଣମାନେ ଭାବୁଥିବେ କି ସରକାର ଲୋକଙ୍କ ବ୍ୟକ୍ତିଗତ ଜୀବନ, ହସିବା ଓ କାନ୍ଦିବା ବିଷୟରେ ଏପରି ନିଷ୍ପତ୍ତି କେମିତି ନେଇପାରନ୍ତି ? ଡିପ୍ରେସନରେ ଥିବା ବ୍ୟକ୍ତିଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସରକାର ଏଭଳି ଏକ ନିଆରା ନିୟମ ପ୍ରଣୟନ କରିଛନ୍ତି । ସେହି ସହରର ଲୋକଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରଖିବା ପାଇଁ ଦିନରେ ଅତିକମରେ ଥରୁଟିଏ ହସିବାର ନିୟମ ରହିଛି । ସରକାରଙ୍କ ,ଭଳି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି । ବଡ଼ ବଡ଼ ରାଜନେତାଙ୍କ ତର୍କ କି ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରୁଛି ।

ଅପରପକ୍ଷଷର ଅନେକ ବିବାଦ ସତ୍ତ୍ୱେ ଲିବେରାଲ ଡେମୋକ୍ରାଟିକ୍ ପାର୍ଟିର କାଓରୀ ଆଇନ୍ ସପକ୍ଷରେ କହିଛନ୍ତି ଏହା କୌଣସି ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତ୍ତି ପ୍ରତି ସମ୍ମାନକୁ ଗୁରୁତ୍ୱ ଦେଇଥାଏ ଏବଂ ହସିବା ପାଇଁ ବାଧ୍ୟ କରିନଥାଏ । ସେହିପରି ସ୍ଥାନୀୟ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି ଯେ ନିୟମିତ ହସିବା ପାଇଁ ଅସମର୍ଥ ବ୍ୟକ୍ତିଙ୍କ ପାଇଁ ନୂଆ ନିୟମ ଅନ୍ତର୍ଗତ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନାହିଁ । ହସର ସ୍ୱାସ୍ଥ୍ୟ ଉପକାରିତାକୁ ପ୍ରେତ୍ସାହିତ କରିବା ଏହି ନିୟମର ପ୍ରାଥମିକ ଉଦ୍ଦେଶ୍ୟ ଅଟେ ।

Get real time updates directly on you device, subscribe now.