fbpx

କୃଷକଙ୍କୁ ଋଣ ମୁକ୍ତ କଲେ ସରକାର, ୧୮ ଜୁଲାଇରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବେ ବୋଲି ଘୋଷଣା କରିଛନ୍ତି । ତେଲେଙ୍ଗାନା ସିଏମଓଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁ କୃଷକମାନେ ଋଣ ନେଇଛନ୍ତି ତାର ପେମେଣ୍ଟ ସେମାନଙ୍କୁ ୧୮ ଜୁଲାଇ ୨୦୨୪ରେ କରାଯିବ । ସରକାର ଦାବି କରିଛନ୍ତି ଯେ, ଋଣ ମୁକ୍ତ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କ୍ୟାସ ଅନ୍ୟ ଆକାଉଣ୍ଟରେ ଜମା କଲେ ବ୍ୟାଙ୍କର୍ସଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ, ବିଧାୟକ ଏବଂ ଏମଏଲସି ମଙ୍ଗଳବାର ଦିନ ଋଣ ଛାଡରୁ ଲାଭବାନ ହୋଇଥିବା କୃଷକମାନଙ୍କ ସହ ଗୋଟିଏ ସମାରୋହରେ ସାମିଲ ହେବେ । ଏହା ପୂର୍ବରୁ ତେଲେଙ୍ଗାନା ସରକାର ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଚାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.