fbpx

ଅର୍ଜୁନ କପୁରଙ୍କ ପରେ କାହା ପ୍ରେମରେ ମଲାଇକା ? ‘ମଷ୍ଟ୍ରି ମ୍ୟାନ୍‌’ଙ୍କ ସହ କରୁଛନ୍ତି କି date, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ସେମାନଙ୍କ ରଙ୍ଗିନ ଦୁନିଆରେ କ’ଣ କ’ଣ ହେଉଛିି ଫ୍ୟାନ୍ସମାନେ ଜାଣିବା ପାଇଁ ବେଶ ଉତ୍ସାହିତ ଥା’ନ୍ତି । ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବ୍ରେକ୍‌ଅପ୍ ଗୁଜବ ମଧ୍ୟରେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।

ବର୍ତ୍ତମାନ ମଲାଇକା ଅରୋରା ସ୍ପେନରେ ଭେକେସନ୍ ଏନଜୟ କରୁଛନ୍ତି । ସେ ୪ଟି ଫଟୋ କୋଲାଜ୍ କରି ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଗୋଟିଏ ଫଟୋରେ ତାଙ୍କ ମିଷ୍ଟ୍ରି ମ୍ୟାନଙ୍କ ଝାପ୍ସା ଝଲକ ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ମଲାଇକା ନିଅନ୍ ରଂଗର ଏକ ବିକିନିରେ ହଟ୍ ଲାଗୁଛନ୍ତି । କେହି ଜଣେ ଜୁସ୍ ଗ୍ଲାସ୍ ଧରିଥିବା ଏକ ଫଟୋ ବି ରହିଛି । ମଲାଇକା ମିଷ୍ଟ୍ରି ମ୍ୟାନଙ୍କ ସହ ଚିଲ୍ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଏହି ମିଷ୍ଟ୍ରି ମ୍ୟାନ କିଏ ତାଙ୍କ ବିଷୟରେ ମଲାଇକା କିଛି କହିନାହାଁନ୍ତି । ନିକଟରେ ଅନନ୍ତ- ରାଧିକାଙ୍କ ବିବାହ ରିସେପସନରେ ଅନେକ ସେଲିବ୍ରିଟିଙ୍କ ସହ ଯୋଗ ଦେଇଥିଲେ । କିନ୍ତୁ ମଲାଇକା ଏହି ଉତ୍ସବରେ ସାମିଲ ହୋଇନଥିଲେ କିନ୍ତୁ ସୋସିଆଲ ମିଡିଆରେ ଦୁହିଙ୍କୁ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ଅର୍ଜୁନ- ମଲାଇକା ଅଲଗା ହୋଇଯାଇଛନ୍ତି କିନ୍ତୁ ସେମାନେ ଅଫିସିଆଲ ଭାବେ ଏନେଇ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

 

 

 

Get real time updates directly on you device, subscribe now.