fbpx

ଆଗାମୀ ବିଧାନସଭା ଲାଗି ରଣନୀତି ପ୍ରସ୍ତୁତ: ରାଜ୍ୟ ସରକାରଙ୍କୁ ଘେରିବ ବିଜେଡି ଦଳ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ବସିଛି । ସୋମବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଏହାପୂର୍ବରୁ ବିଜେଡି ତାର ରଣନୀତି ପ୍ରସ୍ତୁତ କରି ସାରିଛି ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ବିଜେଡି ପକ୍ଷରୁ ଏସଓଙ୍କୁ ମାଡ ଘଟଣା ଓ ବାଲେଶ୍ବର ହିଂସା ଏବଂ ଦରବୃଦ୍ଧି, ରଥଯାତ୍ରାରେ ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ସରକାରଙ୍କୁ ଘେରିବ ବୋଲି ଜଣାପଡିଛି ।

ବୈଠକରେ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଆଲୋଚନା କରାଯିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଦଳର ରଣନୀତି ପ୍ରସଙ୍ଗ ନେଇ ଆଲୋଚନା କରାଯାଇଛି । ଜୁଲାଇରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ପାଇଁ ବିଜେପି ପ୍ରତିଶ୍ରୃତି ଦେଇଥିଲା । ଏ ସମ୍ପର୍କରେ ବି ସରକାରଙ୍କୁ ବିଜେଡି ଜବାବ ମାଗିବ ।ଏହି ବୈଠକରେ ବିଧାୟକଙ୍କୁ ସମ୍ୱୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି,

Get real time updates directly on you device, subscribe now.