fbpx

ବଜେଟରେ ଘୋଷଣା: ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ କର୍ମଚାରୀଙ୍କ ଷ୍ଟାଣ୍ଡାର୍ଡ ରିହାତି ୭୫ ହଜାରକୁ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ଏହା ମଧ୍ୟରେ ଶ୍ରୀ ସୀତାରମଣ କରିଛନ୍ତି ଅନେକ ବଡ଼ ଘୋଷଣା । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଆଗାମୀ କିଛି ବର୍ଷ ପାଇଁ ଗୁରୁତ୍ୱ ଦେଇ ରୋଜଗାର, ଦକ୍ଷତା, ଏମଏସଏମଇ ଓ ମଧ୍ୟବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅର୍ଥମନ୍ତ୍ରୀ ୨୦ରୁ ଅଧିକ ବଡ଼ ଘୋଷଣା କରିଛନ୍ତି ।

ତେବେ ଏଥର ବଜେଟରେ ଅର୍ଥମନ୍ତ୍ରୀ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ରିହାତିରେ ବୃଦ୍ଧି କରଯାଇଛି । ପୂର୍ବରୁ ଏହା ୫୦ ହଜାର ରହିଥିବା ବେଳେ ଏବେ ତାହା ୭୫ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ଆଦି ବିଭାଗ ପାଇଁ ବଜେଟରେ ବଡ଼ ଘୋଷଣା କରାଯାଇଥିବା ବେଳେ ଯୁବକ, ମହିଳା, କୃଷକଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ୪.୧ କୋଟି ଯୁବକଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଦ୍ରା ଲୋନ ପାଇଁ ପୂର୍ବରୁ ରହିଥିବା ୧୦ ଲକ୍ଷ ସୀମାକୁ ଏବେ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଉନ୍ନତ ଗ୍ରାମ ଅଭିଯାନ ପାଇଁ ଆଦିବାସୀଙ୍କ ପାଇଁ ୫ କୋଟି ଅନୁଦାନ ଘୋଷଣ କରାଯାଇଛି । ଟପ ୫୦୦ କମ୍ପାନୀଙ୍କରେୁ ୧ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣଶିପ୍ ସୁଯୋଗ ମିଳିବ । ବିହାରରେ ସଡ଼କ ନିର୍ମାଣ ପାଇଁ ୨୬ ହଜାର କୋଟି ଘୋଷଣା କରାଯିବା ସହ ମହିଳା ଓ ଯୁବତୀଙ୍କ ପାଇଁ ୩ ଲକ୍ଷ କୋଟି ଅନୁଦାନ ଘୋଷଣା କରାଯାଇଛି ।

Get real time updates directly on you device, subscribe now.