(Video) ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଲା ହାରିସଙ୍କୁ ମିଳିଲା ବାରାକ ଓବାମାଙ୍କ ସମର୍ଥନ, ପତ୍ନୀ ମିଶେଲ କହିଲେ ଏହି କଥା

ନୂଆଦିଲ୍ଲୀ: ଆମେରିକାରେ ଚଳିତ ବର୍ଷ ୫ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ୧୬ କୋଟି ରେଜିଷ୍ଟର୍ଡ ଭୋଟର ଆମେରିକାର ୬୦ତମ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ । ଏହାରି ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମା ଶୁକ୍ରବାର ଦିନ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ରାଷ୍ଟ୍ରପତି ପଦବୀ ପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଏହି ଦୁଇଜଣ ଶୁକ୍ରବାର ଦିନ ଫୋନରେ କମଲା ହରିସଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । ବାରାକ ଓବାମା ସୋସିଆଲ ମିଡିଆରେ ଏଥିସହ ଜଡିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ମିଶେଲ ହରିସଙ୍କୁ କହିଛନ୍ତି ଯେ, ଆମେ ତୁମକୁ ନେଇ ଗର୍ବ କରୁଛୁ ।

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଓବାମା ଏବଂ ତାଙ୍କର ପତ୍ନୀଙ୍କ ସହ କମଲା ହରିସ କଥା ହେଉଥିବାର ନଜର ଆସିଛନ୍ତି । ଫୋନରେ ପୂର୍ବତନ ରାଷ୍ଟ୍ରପତି ହରିସଙ୍କ ସହ କଥାହୋଇ କହିଛନ୍ତି ଯେ, ଆମେ ଏଥିପାଇଁ ଫୋନ କରିଛୁ ଯେ, ମୁଁ ଏବଂ ମିଶେଲ ଆପଣଙ୍କୁ ସମର୍ଥନ କରୁଛୁ ଏବଂ ଏହି ନିର୍ବାଚନରେ ଜିତିବା ପାଇଁ ଆପଣଙ୍କ ସମସ୍ତ ପ୍ରୟାସ କରିବାର ଗର୍ବ ଅନୁଭବ କରୁଛୁ ।

https://x.com/KamalaHarris/status/1816760632982622245

Get real time updates directly on you device, subscribe now.