fbpx
BJD SKY
BJD SKY

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

BJD

ପୁରୀ,୨୪/୬(ଓଡିଶା ଭାସ୍କର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ସନ୍ଧ୍ୟା ଆଳତି ଓ ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅଳ୍ପ ସେବାୟତରେ ସମସ୍ତ ନୀତିକାନ୍ତି ସମ୍ପାଦନ ଉପରେ ଗୁରୁତ୍ବ ଦିିଆଯିବ। କରୋନା ପାଇଁ ଭକ୍ତଙ୍କୁ  ଆଡପଦର୍ଶନ ଉପରେ କଟକଣା ଲାଗୁ ହୋଇଛି।

ଏହାସହ ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିଛି । ଆଜି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ହୋଇଛି ।  ଆଜି ଅପରାହ୍ନ ୪ଟାରୁ ୭ଟା ମଧ୍ୟରେ ସମ୍ପର୍ଣ୍ଣ ହେବ ପହଣ୍ଡି ବିଜେ । ଅନ୍ୟପଟେ ଗୁଣ୍ଡିଚା ମନ୍ଦିର ଚତୁପାଶ୍ୱର୍ ନୋ ଏଣ୍ଟ୍ରି ଜୋନ ରହିବ ।

Get real time updates directly on you device, subscribe now.