fbpx

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଅତ୍ୟଧିକ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଏ ନେଇ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା ରହିଛି । ହୀରାକୁଦକୁ ଇନ୍ ଫ୍ଲୋ କମୁଛି । ଆଗକୁ ବର୍ଷା ହେଲେ ବି ଏବେ ବନ୍ୟାର ଆଶଙ୍କା ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ସବୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ବୈତରଣୀ ନଦୀ ଉପରେ ନଜର ରଖାଯାଇଛି । ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି । ବରୀ ମାଟିଆପଡ଼ାରେ ନଦୀ ବନ୍ଧ ଦୁର୍ବଳ ଅଛି । ନଦୀ ବନ୍ଧ ଉପରେ ନଜର ରଖାଯାଇଛି ବୋଲି କହିଲେ ମୁଖ୍ୟଯନ୍ତ୍ରୀ । ଆଜି ହୀରାକୁଦରେ ୨୦ଟି ଗେଟ୍ ଖୋଲାଯିବା ପରେ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । କାଲି ସକାଳେ ଖଇରମାଳରେ ଜଳସ୍ତର ବଢିବ । ଖଇରମାଳରେ ସଢେ ୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ୩୦ ତାରିଖ ୧୧ଟା ସୁଦ୍ଧା ମୁଣ୍ଡଳୀରେ ପିକ୍ ଫ୍ଲୋ ରହିବ । ପାଖାପାଖି ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏନେଇ ଜଳ ସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା ରହିଛି ।

Get real time updates directly on you device, subscribe now.