fbpx

ଲଘୁଚାପ ପ୍ରଭାବରେ ଭିଜିବ ରାଜ୍ୟ, ୩୧ ଯାଏଁ ପ୍ରବଳ ବର୍ଷା,୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି, ଏସଆରସିଙ୍କ ନିର୍ଦ୍ଦେଶ- ସତର୍କ ରୁହନ୍ତୁ

ଓଡିଶା ଭାସ୍କର: ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ଲାଗି ରହିବ ବୋଲି ଜଣାପଡିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୫ ଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା ଓ ନବରଙ୍ଗପୁର । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇପାରେ ।

ଏହାବାଦ ୩୦ ତାରିଖରେ ଉତ୍ତର ଓଡିଶାର ଅନେକ ସ୍ଥାନରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ । ଏଥିରେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶା ସାମିଲ ରହିଛି । ସେପଟେ ରାଜ୍ୟରେ ଆସନ୍ତା ୩୧ ତାରିଖରେ ସର୍ବାଧିକ ବର୍ଷା ହେବାର ଆଶଙ୍କା ଅଛି । ୧୪ ଟି ଜିଲ୍ଲାରେ ଏହିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏତତବ୍ୟତୀତ ୧ ଓ ୨ ତାରିଖରେ ବର୍ଷାର ପରିମାଣ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କୃଷିପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ ବଙ୍ଗୋପସାରରେ ସୃଷ୍ଟ ଲଘୁଚାପ ଓଡିଶା ଅତିକ୍ରମ କରି ଛତିଶଗଡ ମୁହାଁ ହେବ । ତାଙ୍କ ଆକଳନ କହୁଛି ଯେ, ୩୦ ତାରିଖରେ ପଶ୍ଚିମବଙ୍ଗ ଓ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହେବ । ଯାହା ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.