fbpx

ସୁଧୁରୁନି ପାକିସ୍ତାନ: କଶ୍ମୀରୀ କାର୍ଯ୍ୟକର୍ତ୍ତା ଅମଜଦ ଅୟୁବ ମିର୍ଜାଙ୍କ ଚାଞ୍ଚଲ୍ୟକର ବୟାନ, ଜମ୍ମୁ- କାଶ୍ମୀରସ୍ଥିତ କୁପୱାଡାରେ ଆତଙ୍କୀଙ୍କ ପ୍ରବେଶରେ ରହିଛି ପାକିସ୍ତାନର ହାତ…

.
ଓଡିଶା ଭାସ୍କର: ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ) ର ଜଣେ ପ୍ରସିଦ୍ଧ କାର୍ଯ୍ୟକର୍ତ୍ତା ଡ. ଅମଜଦ ଅୟୁବ ମିର୍ଜା ଜମ୍ମୁ-କାଶ୍ମୀରରେ ବଢୁଥିବା ଆତଙ୍କୀ ଅନୁପ୍ରବେଶକୁ ନେଇ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ଆକ୍ରମଣ ଆତଙ୍କବାଦୀଙ୍କର ନୁହେଁ ବରଂ ପାକିସ୍ତାନ ସେନାର । ମିର୍ଜାଙ୍କ ଅନୁସାରେ, ଏଏସଜି ଜେନେରାଲ ଅଫିସର କମାଣ୍ଡିଂ(ଜିଓସି) ମେଜର ଅଦିଲ ରହମନୀ ଜମ୍ମୁ-କାଶ୍ମୀର କ୍ଷେତ୍ରରେ ଆକ୍ରମଣର ଷଡଯନ୍ତ୍ର ରଚିଛନ୍ତି ।

ଏହାବାଦ ସେ ଆହୁରି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି । ପ୍ରାୟ ୬୦୦ କମାଣ୍ଡୋ ଥିବା ଏସଏସଜିର ଏକ ପୂର୍ଣ୍ଣ ବାଟାଲିୟନ ଭାରତରେ ପ୍ରବେଶ କରିଛନ୍ତି । ସେମାନେ କୁପୱାଡା କ୍ଷେତ୍ର ତଥା ଅନ୍ୟ ସ୍ଥାନରେ ଲୁଚି ରହିଛନ୍ତି । ପୀର ପଞ୍ଜାଲ ତଥା ଶମ୍ବବାରୀ ପାହାଡ ଆତଙ୍କବାଦୀଙ୍କ ଲୁଚିବା ପାଇଁ ସବୁଠୁ ଆଦର୍ଶ ସ୍ଥାନ ଅଟେ । ସ୍ଥାନୀୟ ଜିହାଦୀ ସେଲ ମଧ୍ୟ ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ବୋଲି ଅୟୁବ କହିଛନ୍ତି । ଫଳରେ ଭାରତରେ ସେମାନେ ସହଜରେ ନିଜର କାର୍ଯ୍ୟରେ ସଫଳ ହେଉଛନ୍ତି । ପାକିସ୍ତାନ ସେନାର ଲେଫ୍ଟିନେଣ୍ଟ କର୍ଣ୍ଣଲ ଶାହିଦ ସଲିମ ଜଞ୍ଜୁଆ ଏହି ଆକ୍ରମଣର ଭାର ସମ୍ଭାଳୁଛନ୍ତି । ଏମାନଙ୍କ ଉଦ୍ଦେଶ୍ୟ ରହିଛି ଭାରତୀୟ ସେନାର ୧୫ ତମ କୋର ସହ ଲଢେଇ ।
ଭାରତୀୟ ସେନାର ୧୫ ତନ କୋର ଭାରତର କାଶ୍ମୀରରେ ସୈନ୍ୟ ଅଭିଯାନ ପାଇଁ ଜଣା ଯାଆନ୍ତି । ମିର୍ଜା ଆହୁରି କହିଛନ୍ତି ଯେ, ମୁଜଫରବାଦ (ପିଓକେ) ରେ ଏସଏସଜିର ଆହୁରି ୨ ଟି ବାଟାଲିୟନ ପ୍ରବେଶ କରି କରିବାର ପ୍ରୟାସରତ ଅଛି ।

Get real time updates directly on you device, subscribe now.