fbpx

୬୦ ଲକ୍ଷ ଶିଶୁଙ୍କ ଉପରେ ବନ୍ୟା ସଙ୍କଟ; UNICEF ର ବଡ଼ ଦାବି

ନୂଆଦିଲ୍ଲୀ: କେରଳର ୱାୟନାଡରେ ଲଗାତାର ବର୍ଷା ଯୋଗୁଁ ଭୂ-ସ୍ଖଳନରେ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି । ଏପର୍ଯ୍ୟନ୍ତ ଭୂ-ସ୍ଖଳନ କାରଣରୁ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକେ ଆହତ ହୋଇଛନ୍ତି । ଏହି ଘଟଣା ମଧ୍ୟରେ UNICEF ର ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସର୍ବାଧିକ ବର୍ଷା ଏବଂ ବନ୍ୟାକୁ ନେଇ ଭୟଙ୍କର ଦାବି କରାଯାଇଛି । UNICEFର ଦାବି ରହିଛି ଯେ, କେବଳ ସାଉଥ ଏସିଆରେ ହାରାହାରି ୬୦ ଲକ୍ଷ ଶିଶୁ ଏହି ବାଦଲଫଟା ବର୍ଷା ଯୋଗୁଁ ବିପଦରେ ଅଛନ୍ତି ।

UNICEF ମୁତାବକ ଶିଶୁ ଏବଂ ସେମାନଙ୍କ ପରିବାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଜର ଆଶ ହରାଇଛନ୍ତି, ନାହିଁ ତ ସେ ନିଜ ଅଞ୍ଚଳରେ ଜୀବନ୍ତ ରହିବାକୁ ସଂଘର୍ଷ କରୁଛନ୍ତି । UNICEF ମୁତାବକ ଏହି ଲୋକେ ଆଫଗାନିସ୍ତାନ, ବାଲାଂଦେଶ, ଭାରତ, ନେପାଳ ଏବଂ ପାକିସ୍ତାନରେ ରୁହନ୍ତି । UNICEF ମୁତାବକ ଏପର୍ଯ୍ୟନ୍ତ ନେପାଳରେ ବନ୍ୟା କାରଣରୁ ୧୦୯ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ୩୫ ଜଣ ଶିଶୁ ସାମିଲ ଅଛନ୍ତି । ସେହିପରି ନେପାଳର ୧୫୮୦ ପରିବାର ଉପରେ ପ୍ରବଳ ବର୍ଷା ଏବଂ ବନ୍ୟାର ପ୍ରଭାବ ପଡିଛି ।

ରିପୋର୍ଟରେ କୁହାଯାଇଛି ଯେ, ବାଲାଂଦେଶରେ ବାଦଲଫଟା ବର୍ହା ଏବଂ ଏହାପରେ ଆସିଥିବା ବନ୍ୟାରେ ଦେଶର ଉତ୍ତର ଏବଂ ଉତ୍ତରପୂର୍ବ ଅଞ୍ଚଳରେ ଲକ୍ଷ ଲକ୍ଷ ପିଲାଙ୍କ ଉପରେ ସଙ୍କଟ ରହିଛି । UNICEF ର ରିପୋର୍ଟରେ ଭାରତର ଦାବି ମଧ୍ୟ କରାଯାଇଛି । କୁହାଯାଉଛି ଯେ, ଏହି ବନ୍ୟାରେ ୫୦ ହଜାରରୁ ଅଧିକ ଶିଶୁ ଏବଂ ତାଙ୍କ ପରିବାର ଉପରେ ପ୍ରଭାବ ପଡିଥିଲା । ଏହି ସମୟରେ ୮ ହଜାର ଶିଶୁଙ୍କୁ ରିଲିଫ କ୍ୟାମ୍ପରେ ରହିବାକୁ ପଡିଥିଲା ।

ଭାରତରେ ବର୍ତ୍ତମାନ ମୌସୁମୀ ଚାଲୁରହିଛି । ଏଥିରେ ଅନେକ ଅଞ୍ଚଳରେ ବନ୍ୟା ବା ପ୍ରବଳ ବର୍ଷା କାରଣରୁ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି । ପୂର୍ବ ଭାଗ ପରେ ବର୍ତ୍ତମାନ ଦକ୍ଷିଣ ଭାରତରେ ମଧ୍ୟ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । କେରଳର ୱାୟନାଡରେ ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ୧୧୭ ଜଣ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.