fbpx

ବିଜ୍ଞପ୍ତି ପ୍ରକାଶ କଲା DMET: ନୂଆ ଫାର୍ମାସୀ ଓ ଫିଜିଓଥେରାପି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ୨୦୨୫-୨୬ ସେସନ ପାଇଁ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ ଏହା ମଧ୍ୟରେ ୨୦୨୫-୨୫ ଶିକ୍ଷାବର୍ଷ ପାଇଁ ନୂଆ ଫାର୍ମାସୀ ଓ ଫିଜିଓଥେରାପୀ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏନେଇ ମେଡିକାଲ ଶିକ୍ଷା ଓ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି) ତରଫରୁ ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩୧ରୁ ଏଥିପାଇଁ ପୋର୍ଟାଲରେ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଅଗଷ୍ଟ ୧୬ ଶେଷ ତାରିଖ ରହିଛି । ଅନ୍ତିମ ତାରିଖ ପରେ କୌଣସି ଅନଲାଇନ୍ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.