fbpx

ଭାରତୀୟ ଗଲ୍ଫର Diksha Dagarଙ୍କ କାର ଦୁର୍ଘଟଣା: ହସ୍ପିଟାଲରେ ଭର୍ତ୍ତି ଥିଲେ ମା’, Diksha ମ୍ୟାଚ୍ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ମଧ୍ୟରେ ଜଣେ ଭାରତୀୟ ଆଥଲେଟ ଭୟଙ୍କର ଦୁର୍ଘଟଣାର ଶିକାର ହେବା ଖବର ସାମ୍ନାକୁ ଆସିଛି । ନିକଟରେ ଭାରତୀୟ ଗୋଲ୍ପ ଖେଳାଳି ଦୀକ୍ଷା ଦାଗର(Diksha Dagar) ଏକ କାର ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ସମୟରେ କାରରେ ତାଙ୍କ ପରିବାର ମଧ୍ୟ ଥିଲେ । କେବଳ ତାଙ୍କ ମାଆ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସରେ ଦୀକ୍ଷା ଅଂଶଗ୍ରହଣ କରିବା ନେଇ ଆଶଙ୍କା ଦେଖାଦେଇଛି ।

ସୂଚନାରୁ ପ୍ରକାଶ ଜୁଲାଇ ୩୦ରେ ଦୀକ୍ଷାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ପରିବାର ମଧ୍ୟ ସାଥିରେ ଥିଲେ । ଏହି ଦୁର୍ଘଟଣାରେ ଦୀକ୍ଷାଙ୍କୁ ଗମ୍ଭୀର ଆଘାତ ଲାଗିନଥିବା ବେଳେ ମାଆଙ୍କ ଅଣ୍ଟାରରେ ଗମ୍ଭୀର ଆଘାତ ଲାଗିଥିଲା । ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ । ଦୀକ୍ଷାଙ୍କ ଭାଇଙ୍କୁ ହାଲୁକା ଆଘାତ ଲାଗିଥିବାବେଳେ ବାପା ସୁରକ୍ଷିତ ଥିବା ଜଣାପଡ଼ିଛି । ବର୍ତ୍ତମାନ ଦୀକ୍ଷାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଗଷ୍ଟ ୭ରେ ପ୍ୟାରିସ୍ ଅଲିମ୍ପିକ୍ସରେ ଦୀକ୍ଷାଙ୍କ ମ୍ୟାଚ୍ ଅଛି । କହିରଖୁଛୁ ୨୦୨୦ରେ ଦୀକ୍ଷା ଟେକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଦକ୍ଷିଣ ଆଫ୍ରିକୀୟ ଗୋଲ୍ଫର ପାଉଲା ରେଟୋ ଟୋକିଓ ଅଲିମ୍ପିକ୍ସ ୨୦୨୦ରୁ ନିଜ ନାଁ ପ୍ରତ୍ୟାହାର କରିବା ପରେ ଦୀକ୍ଷାଙ୍କୁ ଶେଷ ମୁହୂର୍ତ୍ତରେ ଏଣ୍ଟ୍ରି ମିଳିଥିଲା । ଦୀକ୍ଷା ପ୍ରଥମ ଭାରତୀୟ ଗୋଲ୍ଫର ଯିଏ ଅଲିମ୍ପିକ୍ସ ଏବଂ Deaflympicsରେ ଅଂଶଗ୍ରହଣ କରିଥିଲେ । ୨୦୧୭ Deaflympicsରେ ସେ ରୌପ୍ୟ ପଦକ ଜିତିଥିଲେ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ସେ ମହିଳା ଏକକ ଇଭେଣ୍ଟରେ ଅଂଶ ଗ୍ରହଣ କରିବା ନେଇ ଆଶା କରାଯାଉଛି ।

 

Get real time updates directly on you device, subscribe now.