fbpx

ହୀରାକୁଦର ୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାଖରେ ୪ଟି ଡାହାଣ ପାଖର ୨ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଛି । ସେହିପରି ଗତକାଲି ହୀରାକୁଦରେ ୧୪ଟି ଗେଟ ଖୋଲା ଥିବା ବେଳେ, ଗୁରୁବାର ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଥିଲା । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ମୁଣ୍ଡଳିରେ ଖସିବାରେ ଲାଗିଛି ମହାନଦୀ ଜଳସ୍ତର । ମୁଣ୍ଡଳିରେ ଗତକାଲି ୪ ଲକ୍ଷ ୨୬ ହଜାର ୧୧୨ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।

ସେହିପରି ଗତକାଲି ଅପରାହ୍ନରେ ହୀରାକୁଦରେ ୨ଟି ଗେଟ ବନ୍ଦ ହୋଇଥିଲା । ରବିବାର ଦିନ ୨୦ଟି ଗେଟ ଖୋଲାଯାଇଥିଲା । ତେବେ ବର୍ତ୍ତମାନ ସମୁଦାୟ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ଜଳ ପ୍ରବାହ କମୁଥିବାରୁ ଏହି ଗେଟ ବନ୍ଦ କରାଯାଇଛି । ଅନ୍ୟପଟେ ହୀରାକୁଦର ଗେଟ ବନ୍ଦ କରାଯିବାରୁ କଟକ ମୁଣ୍ଡଳିର ଜଳସ୍ତର କମିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.