fbpx

ବାଦଲଫଟା ବର୍ଷା ପରେ ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ଭୂମିକମ୍ପ ଅନୁଭୂତ ହୋଇଛି । ପୁଣି ଥରେ ଏଠାରେ ଭୂମିକମ୍ପର ହାଲୁକା ଝଟକା ଲାଗିଛି । ଶୁକ୍ରବାର ସକାଳେ ଏହି ଝଟକା ଅନୁଭୂତ ହୋଇଛି । ଗତ ୪୮ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଆଶ୍ୱସ୍ତିକର କଥା ହେଉଛି ଯେ, ଏଠାରେ କୌଣସି କ୍ଷତି ଘଟିନାହିଁ । ଶିମଲା ସେଣ୍ଟର ଅଫ୍ ମେଟେରୋଲୋଜି ଏହି ଭୂମିକମ୍ପକୁ ନିଶ୍ଚିତ କରିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୯.୪୫ ସମୟରେ ଲାହଲ୍ ସ୍ପିଟିରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେ ମାପ କରାଯାଇଛି । ଏହାର କେନ୍ଦ୍ର ଭୂମିଠାରୁ ୫ କିମି ତଳେ ଥିଲା। ବୁଧବାର ରାତି ୧:୧୧ ରେ ଲାହଲ୍ ଉପତ୍ୟକାରେ ମଧ୍ୟ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସମସ୍ତେ ରାତିରେ ଶୋଇଥିବାରୁ ଏହି କମ୍ପନକୁ କେହି ଅନୁଭବ କରିନଥିଲେ। ଏହି ସମୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ଥିଲା।

ବୁଧବାର ରାତିରେ ହିମାଚଳ ପ୍ରଦେଶର ପାଞ୍ଚଟି ଜିଲ୍ଲାରେ ବଦଲଫଟା ବର୍ଷା ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି। ଏନେଇ ୫୩ ଜଣ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୭ ଜଣଙ୍କୁ ଖୋଜା ଚାଲିଛି। ବଦଲଫଟା ବର୍ଷା, ମାଣ୍ଡି, ଶିମଲା, କୁଲୁ, ଚାମ୍ବା ଏବଂ ଲାହଲ ସ୍ପିଟିରେ ଭୟଙ୍କର ରୂପ ନେଇଛି। ଶିମଲା ରାମପୁରରେ, ଜାକରୀ ଆଗରେ, ସମଜ ଗ୍ରାମରେ ସମୁଦାୟ ୩୬ ଜଣ ନିଖୋଜ ଅଛନ୍ତି।

Get real time updates directly on you device, subscribe now.