fbpx

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଠାବ ହେଲା ଏତିକି ସମ୍ପତ୍ତି

ବାଲେଶ୍ୱର: ଆଜି ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ଜଣାପଡିଛି ଏହି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୮୫ଟି ପ୍ଲଟ ରହିଛି ବୋଲି ଜଣାପଡିଛି । ଡେଲାଙ୍ଗରେ ରହିଛି ୪ଟି ପ୍ଲଟ, ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଥିବା ବେଳେ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ନଗଦ ଜବତ କରାଯାଇଛି । ୨୧୮ ଗ୍ରାମ ସୁନା, ଗୋଟିଏ ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି । ୫ ମହଲା କୋଠା ଓ ଏକ ମାର୍କେଟ କମ୍ପେ୍ଲକ୍ସ ଠାବ ହୋଇଛି ।

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ତେବେ ଏହି ଚଢାଉରେ ଭିଜିଲାନ୍ସର ୯ ଜଣିଆ ଟିମ ଚଢାଉରେ ସାମିଲ ଅଛନ୍ତି । ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଓ ସରକାରୀ ବାସଭବନରେ ଚଢାଉ ଚାଲିଥିବା ଜଣାପଡିଛି । ଏଥିସହ ଜଳେଶ୍ୱରସ୍ଥିତ ପୈତୃକ ଘରେ ଓ ଫାର୍ମ ହାଉସରେ ଚଢାଉ ଚାଲିଛି । ଭିଜିଲାନ୍ସ ଟିମ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ।

ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ ଭିଜିଲାନ୍ସ ଟିମ ସକ୍ରିୟ ହୋଇଛି । ଏହାପରେ ସେ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଏବଂ ଅଫିସ ଚଢାଉ ଚଳାଇଛି । ଦେଶରେ ତଥା ରାଜ୍ୟରେ ଦୁର୍ନୀତିର ସଂଖ୍ୟା ବଢିବାରେ ଲାଗିଛି । ହେଲେ ଭିଜିଲାନ୍ସ ଅଫିସର ଏନେଇ ଚଳଚଞ୍ଚଳ ରହିଛନ୍ତି ।

Get real time updates directly on you device, subscribe now.