fbpx

UPI ବ୍ୟବହାରକାରୀଙ୍କ ପାଇଁ ବଡ ଖବର! ଏହି ଦିନ ହେବନାହିଁ କୌଣସି ପେମେଣ୍ଟ, ଆଗୁଆ କରନ୍ତୁ ଟ୍ରାଞ୍ଜାକ୍ସନ୍

ନୂଆଦିଲ୍ଲୀ:ଭାରତରେ ୟୁପିଆଇ ପେମେଣ୍ଟ ବହୁଳ ବ୍ୟବହୃତ ହେଉଛି । ଯଦି ଆପଣ ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ ଅଗଷ୍ଟ ୪ ରେ ଏହା କାମ କରିବ ନାହିଁ । ଅବଶ୍ୟ ଏହା କେବଳ ଏଚଡିଏଫସି ବ୍ୟାଙ୍କ ବ୍ୟବହାରକାରୀଙ୍କ ପାଇଁ ରହିଛି ।

ବ୍ୟାଙ୍କ ଦ୍ୱାରା ଶେଡ୍ୟୁଲ ଡାଉନଟାଇମ୍ ଆଲର୍ଟ ଜାରି କରାଯାଇଛି । କିନ୍ତୁ ଏଥିପାଇଁ ସମୟ ସ୍ଥିର କରାଯାଇଛି ।

ବ୍ୟାଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସିଷ୍ଟମ ମେଣ୍ଟେନାନ୍ସ କାର୍ଯ୍ୟ ୧୨:୦୦ ଏଏମ ରୁ ୦୩:୦୦ ଏଏମ ମଧ୍ୟରେ କରାଯିବ । ଏହି ଅବଧି ମଧ୍ୟରେ ସମସ୍ତ ଅନଲାଇନ୍ ଦେୟ ବନ୍ଦ ରହିବ । ଏହାର ବ୍ୟବଧାନ ୧୮୦ ମିନିଟ୍ ହେବ । ଏହାର ଅର୍ଥ ଆପଣ ପ୍ରାୟ ୩ ଘଣ୍ଟା ପାଇଁ ୟୁପିଆଇ ପେମେଣ୍ଟ କରିବାକୁ ସମର୍ଥ ହେବେ ନାହିଁ । ଏହା ସମସ୍ତ ବ୍ୟାଙ୍କ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବାକୁ ଯାଉଛି । ଏହି ଅବଧି ମଧ୍ୟରେ, ଉଭୟ ସେଭିଂ ଏବଂ କରେଣ୍ଟ ଆକାଉଣ୍ଟ୍ ଧାରକମାନେ କାରବାର କରିପାରିବେ ନାହିଁ । ଏହା ମଧ୍ୟ ଅନେକ ଥାର୍ଡ ପାର୍ଟି ଆପ୍ସର ଆକସେସ୍ ମଧ୍ୟ ସାମିଲ ।

ଏହି ଆପଗୁଡ଼ିକ ହେବ ପ୍ରଭାବିତ :-
ସେବା ସମୟରେ, ଏହାର ପ୍ରଭାବ ଆପ୍ସରେ ମଧ୍ୟ ହେବାକୁ ଯାଉଛି, ଯାହା ସାହାଯ୍ୟରେ ଉପଭୋକ୍ତାମାନେ ୟୁପିଆଇ ପେମେଣ୍ଟ କରନ୍ତି । ଏଥିରେ HDFC Mobile Banking App, GPay, WhatsApp Pay, Paytm, Shriram Finance ଏବଂ Mobikwik  ଅନ୍ତର୍ଭୁକ୍ତ । ଅବଶ୍ୟ ପିଓଏସ ସାହାଯ୍ୟରେ କରାଯାଇଥିବା କାରବାର ପ୍ରଭାବିତ ହେବ ନାହିଁ ଏବଂ ଆପଣ ଏହାକୁ ସହଜରେ ବ୍ୟବହାର କରିବାକୁ ସମର୍ଥ ହେବେ ।

Get real time updates directly on you device, subscribe now.