fbpx

ISS ପାଇଁ ମୁଖ୍ୟ ମହାକାଶଚାରୀ ଚୟନ କଲା ISRO, ବ୍ୟାକ୍‌ଅପରେ ରହିବେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟର, ଖୁବ୍ ଶୀଘ୍ର ଆରମ୍ଭ ହେବ ତାଲିମ

ନୂଆଦିଲ୍ଲୀ: ପୁଣି ଥରେ ଭାରତ ପାଇଁ ଗୌରବ ଆଣିଲେ ୨ ଭାରତୀୟ ମହାକାଶଚାରୀ । ISRO ପକ୍ଷରୁ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଏବଂ ପ୍ରଶାନ୍ତ ବାଲକୃଷ୍ଣନ ନାୟରଙ୍କୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌(ISS) ପଠାଇବା ପାଇଁ ଚୟନ କରାଯାଇଛି । ISRO କହିଛି ଏହାର ମାନବ ଅନ୍ତରୀକ୍ଷ ଉଡ଼ାଣ କେନ୍ଦ୍ର ISSର ତଚୁର୍ଥ ମିଶନ ପାଇଁ Axiom Space,Inc  ସହ ଏକ ସ୍ପେସ୍ ଫ୍ଲାଇଟ୍ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏଥିମଧ୍ୟରେ ନ୍ୟାସନାଲ୍ ମିଶନ୍ ଆସାଇନମେଣ୍ଟ ବୋର୍ଡ଼ ଦୁଇ ଅନ୍ତରୀକ୍ଷ ଯାତ୍ରୀ- ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା(ମୁଖ୍ୟ) ଏବଂ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟରଙ୍କ ନାଁ ଅନୁମୋଦନ କରିଛନ୍ତି ।

ISRO ଆହୁରି ମଧ୍ୟ କହିଛି, ‘ନିଯୁକ୍ତ ହୋଇଥିବା କ୍ରୁ ସଦସ୍ୟଙ୍କୁ Multilateral Crew Operations Panel ଦ୍ୱାରା ISSକୁ ଉଡ଼ାଣ ପାଇଁ ଅନୁମୋଦନ ଦିଆଯିବ । ଏହି ମିଶନ ପାଇଁ ଅଗଷ୍ଟ ୪ ପ୍ରଥମ ସପ୍ତାହରୁ ଏହି ୨ ମହାକାଶଚାରୀ ତାଲିମ ଆରମ୍ଭ କରିବେ । ଏହି ୨ ମହାକାଶଚାରୀ ISSରେ ମନୋନିତ ସାଇଣ୍ଟିଫିକ୍ ରିସର୍ଚ୍ଚ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ମହାକାଶ କାର୍ଯ୍ୟରେ ଜଡ଼ିତ ହେବେ । ଏହି ମିଶନରୁ ହାସଲ ହୋଇଥିବା ଅଭିଜ୍ଞତା ଭାରତର ଭବିଷ୍ୟ ମହାକାଶ ମିଶନ ପାଇଁ ଲାଭଦାୟକ ହେବ । ଏହା ISRO ଏବଂ NASA ମଧ୍ୟରେ Human Space Flight Cooperationକୁ ମଜବୁତ କରିବ । ’

ଶୁଭାଂଶୁ ଶୁକ୍ଲା କିଏ ?

୧୯୮୫ ମସିହା ଅକ୍ଟୋବର ୧୦ରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ଶୁଭାଂଶୁ ଶୁକ୍ଲା । ତାଙ୍କ ପିତାଙ୍କ ନାଁ ଶମ୍ଭୁଦୟାଲ ଶୁକ୍ଲା । ଶୁଭାଂଶୁ ଲକ୍ଷ୍ନୌରୁ ତାଙ୍କ ସ୍କୁଲ ପାଠପଢ଼ା ଶେଷ କରିଥିଲେ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ(NDA)ର ପୂର୍ବତନ ଛାତ୍ର । ୨୦୦୬ ଜୁନ୍ ୧୭ରେ ତାଙ୍କୁ ଇଣ୍ଡିଆନ୍ ଏୟାର ଫୋର୍ସର ଫାଇଟର ୱିଙ୍ଗରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଶୁଭାଂଶୁ କମ୍ବାଟ୍ ଲିଡର ଏବଂ ଟେଷ୍ଟ ପାଇଲଟ୍ । ତାଙ୍କ ପାଖରେ ପ୍ରାୟ ୨ ହଜାର ଘଂଟାର ଉଡ଼ାଣ ଅଭିଜ୍ଞତା ରହିଛି । ସେ ସୁଖୋଇ ୩୦ 30 MKI, MiG-21, MiG-29, ଜାଗୁଆର, ହକ୍‌, ଡୋର୍ନିୟର ଏବଂ N-32 ସମେତ ଅନେକ ଯୁଦ୍ଧ ବିମାନ ଉଡ଼ାଇବାରେ ପାରଦର୍ଶିତା ହାସଲ କରିଛନ୍ତି । ଏହା ବ୍ୟତୀତ ସେ ରୁଷ ଏବଂ ଆମେରିକାରେ ୪ ବର୍ଷର କୋଡି ତାଲିମ ମଧ୍ୟ ନେଇଛନ୍ତି । ISROର ଏହି ମିଶନ ପାଇଁ ଚୟନ ହେବା ପୂର୍ବରୁ ସେ ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିଲା ।

Get real time updates directly on you device, subscribe now.