fbpx

FD ଉପରେ ବୃଦ୍ଧି ହେଲା ସୁଧହାର; ଜାଣନ୍ତୁ କେଉଁ ବ୍ୟାଙ୍କରେ ମିଳୁଛି ଅଧିକ ରିଟର୍ଣ୍ଣ

ନୂଆଦିଲ୍ଲୀ: ନିକଟରେ ଦେଶର ଅନେକ ବ୍ୟାଙ୍କ ଏହାର ଫିକ୍ସ୍‌ଡ ଡିପୋଜିଟ୍‌(FD) ଉପରେ ସୁଧହାର ବୃଦ୍ଧି କରିଛନ୍ତି । ଏହା ପରେ ୠଊ କରିବା ଆହୁରି ସହଜ ଏବଂ ଆକର୍ଷକ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ୨୦୨୩ ପରେ ଆରବିଆଇ ତରଫରୁ ଏହାର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫଳରେ ଅନେକ ବ୍ୟାଙ୍କ ୠଊ ଉପରେ ଆକର୍ଷଣୀୟ ସୁଧହାର ପ୍ରଦାନ କରୁଛନ୍ତି । ଅଗଷ୍ଟ ୮ରେ ଆରବିଆଇର ମନିଟରିଂ ପଲିସିର ନିଷ୍ପତ୍ତି ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଅନେକ ବ୍ୟାଙ୍କ ୠଊ ଉପରେ ସୁଧହାର ବୃଦ୍ଧି କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରରେ ଫିକ୍ସ୍‌ଡ ଡିପୋଜିଟ୍ କରିବା ଲାଭଦାୟକ ହେବ ।

୧. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB): ଚଳିତ ବର୍ଷ ଅଗଷ୍ଟ ୧ରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ୠଊ ସୁଧହାରରେ ସଂଶୋଧନ କରିଛି । ବର୍ତ୍ତମାନ ୪୦୦ ଦିନର FD ଅବଧି ପାଇଁ ସର୍ବାଧିକ ୭.୨୫% ହୋଇଥିବା ବେଳେ ୩୦୦ ଦିନ ପାଇଁ ୭.୦୫%  ସୁଧହାର ରହିଛି । ସେହିପରି ୧-୨ ବର୍ଷର FD ପାଇଁ ୬.୮୦% ସୁଧହାର ରହିଛି । ତିନି ବର୍ଷ ପାଇଁ ୭.୦୦%, ୪-୫ ବର୍ଷ ପାଇଁ ୬.୫୦% ସୁଧହାର ରହିଛି । ସେହିପରି ୩୦୧ ଦିନରୁ ଆରମ୍ଭ କରି ୧ ବର୍ଷ ପର୍ଯ୍ୟନ୍ତ FD ଉପରେ ୬.୫୦% ସୁଧହାର ରହିଛି ।

୨. ବ୍ୟାଙ୍କ ଅଫ୍ ଇଣ୍ଡିଆ(BOI): ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ୩ କୋଟିରୁ କମ୍ ଏବଂ ୩ କୋଟିରୁ ୧୦ କୋଟି ପର୍ଯ୍ୟନ୍ତ ଜମାରାଶି ଉପରେ FD ହାରକୁ ଅପଡେଟ୍ କରିଛି । ଏହି ନୂତନ ଅପଡେଟ୍ ଅଗଷ୍ଟ ୧ରୁ ଲାଗୁ ହୋଇଛି । ସାତ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଜମାରାଶି ଉପରେ ୩%ରୁ ୬% ସୁଧହାର ରହିଛି । ସେହିପରି ୬୬୬ ଦିନ ପାଇଁ ୩ କୋଟିରୁ କମ୍ ଜମାରାଶି ଉପରେ ସର୍ବାଧିକ ୭.୩୦% ସୁଧହାର ରହିଛି ।

୩. ଆଇସିଆଇସିଆଇ ବ୍ୟାଙ୍କ (ICICI): ସାମାନ୍ୟ ଗ୍ରାହକଙ୍କ ପାଇଁ ICICI ବ୍ୟାଙ୍କ FD ଉପରେ ୩%ରୁ ୭.୨୦% ସୁଧହାର ପ୍ରଦାନ କରୁଛି । ଏହା ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଅବଧି ଉପରେ ଲାଗୁ ହେବ ।

୪. HDFC ବ୍ୟାଙ୍କ: ଏହି ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ମାଚ୍ୟୁରିଟି ପର୍ଯ୍ୟନ୍ତ ଜମାରାଶି ଉପରେ ୩%ରୁ ୭.୪% ସୁଧହାର ପ୍ରଦାନ କରିଥାଏ । ସାଧାରଣ ଗ୍ରାହକଙ୍କ ପାଇଁ ସର୍ବାଧିକ ୭.୪୦% ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୭.୯୦% ସୁଧହାର ରହିଛି । ଏହା ୪ ବର୍ଷ ଏବଂ ୭ ମାସରୁ ଆରମ୍ଭ କରି ୫୫ ମାସ ପର୍ଯ୍ୟନ୍ତ ଅବଧି ଥିବା ଜମାରାଶି ଉପରେ ଲାଗୁ ହେବ ।

୫. ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI): ଏହି ବ୍ୟାଙ୍କ ସାମାନ୍ୟ ଗ୍ରାହକଙ୍କ ଜମାରାଶି ଉପରେ ୩.୫୦%ରୁ ୭% ସୁଧହାର ପ୍ରଦାନ କରୁଛି । ଏହା ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ଅବଧି ପର୍ଯ୍ୟନ୍ତ ଲାଗୁ ହେବ । ସମସ୍ତ ଜମା ଅବଧି ପାଇଁ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ୦.୫% ସୁଧହାର ରହିଛି । ଜୁନ ୧୫ରୁ ଏହି ସୁଧହାର କାର୍ଯ୍ୟକାରୀ ହୋଇଛି ।

Get real time updates directly on you device, subscribe now.