fbpx

ଦିନେ ମୋତେ ଦେଶରୁ ବହିଷ୍କାର କରାଯାଇଥିଲା…ଆଜି ସେ ନିଜେ ଏହାର ଶିକାର ହେଲେ, ଶେଖ୍ ହସିନାଙ୍କ ନୀତିକୁ ନେଇ ସମାଲୋଚନା କରିଛନ୍ତି ତସଲିମା ନାସରିନ୍

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗକୁ ଜାରି ରହିଥିବା ବିରୋଧ ପ୍ରର୍ଦଶନ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଦେଶରେ ସ୍ଥିତି ଅଣାୟତ ହୋଇଯାଇଛି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଛନ୍ତି । ଏଭଳି ସ୍ଥିତିରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରିବା ନେଇ ସେନା ମୁଖ୍ୟ ଜେନେରାଲ ୱକାର-ଉଜ୍‌-ଜମାନ୍ କହିଛନ୍ତି ।

ବାଂଲାଦେଶରେ ଚାରିଆଡ଼େ ହିଂସାର ମାହୋଲ । ଶେଖ୍ ହସିନାଙ୍କ ଇସ୍ତଫା ପରେ ବିକ୍ଷୋଭକାରୀ ତାଙ୍କ ଆବାସରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଚୋରି ମଧ୍ୟ କରିଥିଲେ । ବାଂଲାଦେଶରେ ମୌଳିକବାଦୀ(Fundamentalist)ଙ୍କ ଏଭଳି କାର୍ଯ୍ୟକୁ ଚାରିଅଡ଼େ ନିନ୍ଦା କରାଯାଉଛି । ଅପରପକ୍ଷରେ ବାଂଲାଦେଶର ବିଶିଷ୍ଟ ଲେଖିକା ତସଲିମା ନାସରିନ୍ ଦେଶର ଏଭଳି ଅବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହି ପରିସ୍ଥିତି ପାଇଁ ସେ ଶେଖ୍ ହସିନାଙ୍କୁ ଦାୟୀ କରିଛନ୍ତି । ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନାସରିନ୍ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘୧୯୯୯ରେ ତାଙ୍କ ମାଆଙ୍କୁ ଶେଷ ସମୟରେ ଦେଖିବା ପାଇଁ ମଧ୍ୟ ବାଂଲାଦେଶରେ ପ୍ରବେଶ ଅନୁମତି ନଥିଲା । କିଛି ମୌଳିକବାଦୀଙ୍କୁ ଖୁସି କରିବା ପାଇଁ ଶେଖ୍ ହସିନା ଏପରି କରିଥିଲେ । ଆଜି ଛାତ୍ର ଆନ୍ଦୋଳନରେ ସେହିମାନେ ସାମିଲ ଅଛନ୍ତି ଯେଉଁମାନେ ଶେଖ୍ ହସିନାଙ୍କୁ ଦେଶ ଛାଡ଼ିବା ପାଇଁ ବାଧ୍ୟ କରିଛନ୍ତି ।’

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି । ଏଥିପାଇଁ ସେ ନିଜେ ଦାୟୀ । ସେ ମୌଳିକବାଦୀଙ୍କୁ ପ୍ରୋତ୍ସାହିତ କରୁଥିଲେ । ତାଙ୍କ ଲୋକଙ୍କୁ ଦୁର୍ନୀତି ସହ ଜଡ଼ିତ ହେବାକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ । ସେନା ଶାସନ କରିବା ଉଚିତ ନୁହେଁ । ରାଜନୌତିକ ଦଳଗୁଡ଼ିକୁ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ ।’

Get real time updates directly on you device, subscribe now.