fbpx

ଏସବିଆଇକୁ ମିଳିଲା ନୂତନ ଅଧ୍ୟକ୍ଷ, ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୂଆ ଚେୟାରମ୍ୟାନ ମିଳିଛି । ସରକାର ମଙ୍ଗଳବାର ଦିନ ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କୁ ଏହି ପଦବୀ ପାଇଁ ଚୟନ କରିଛନ୍ତି । ତାଙ୍କର କାର୍ଯ୍ୟକାଳ ୨୮ ଅଗଷ୍ଟରୁ ୩ ବର୍ଷ ପର୍ଯ୍ୟନ୍ତ ରହିବ । ଦିନେଶ ଖାରାଙ୍କ କାର୍ଯ୍ୟକାଳ ୨୮ ଅଗଷ୍ଟରେ ଶେଷ ହେବ ।

ରଏଟର୍ସ ରିପୋର୍ଟ ମୁତାବକ, କେନ୍ଦ୍ର ସରକାରୀ ସଂଗଠନ ସେବା ପ୍ରତିଷ୍ଠାନ ବ୍ୟୁରୋ (FSIB) ୩୦ ଜୁନରେ ସିଏସ ଶେଟ୍ଟୀଙ୍କ ନାମ ଅନୁମୋଦନ କରିଛି । ସରକାର ଏସବିଆଇ ଚେୟାରମ୍ୟାନ ପଦବୀ ପାଇଁ ଅଶ୍ୱିନୀ ତିୱାରୀ ଏବଂ ବିନୟ ଟୋନସେଙ୍କ ନାମ ମଧ୍ୟ ବିଚାର କରିଥିଲେ । ହେଲେ ସରକାର ସିଏସ ଶେଟ୍ଟୀଙ୍କୁ ଏହି ଦାୟିତ୍ୱଭାର ପ୍ରଦାନ କରିଛନ୍ତି । ସେ ଏସବିଆଇର ଏମଡି ପଦବୀର ଦାୟିତ୍ୱ ସଂପର୍ଣ୍ଣ କରୁଛନ୍ତି । ଅଶ୍ୱିନୀ ତିୱାରୀ ଏବଂ ବିନୟ ଟୋନସେଙ୍କୁ ମଧ୍ୟ ଏମଡି ପଦବୀରେ ପୋଷ୍ଟ କରାଯାଇଛି । ଏହି ଦୁଇ ଜଣଙ୍କୁ ଚେୟାରମ୍ୟାନ ପଦବୀର ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା ।

ମଙ୍ଗଳବାର ଦିନ ଏକ ବିବୃତ୍ତି ଜାରି କରି FSIB କହିଛି ଯେ, ଅଭି ଜ୍ଞତା ଏବଂ ବିଶେଷଜ୍ଞତା ଆଧାରରେ ବ୍ୟୁରୋ ବ୍ୟାଙ୍କର ଚେୟାରମ୍ୟାନ ଭାବେ ସିଏମ ଶେଟ୍ଟୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ସିଏମ ଶେଟ୍ଟୀ ପାଖାପାଖି ୩୫ ବର୍ଷ ହେବ ଏସବିଆଇ ସହ କାମ କରୁଛନ୍ତି ।

Get real time updates directly on you device, subscribe now.