fbpx

୧୦ କୋଟିରେ ଥରେ ଘଟୁଥିବା ଘଟଣା! ଉଦ୍ଧାର ହେଲା ବିଶ୍ୱର ସବୁଠାରୁ ଦୁର୍ଲ୍ଲଭ ମାଛ ‘କଟନ୍ କ୍ୟାଣ୍ଡି ଲବଷ୍ଟର’

ନୂଆଦିଲ୍ଲୀ: ପ୍ରକୃତିର ଏ ବିଚିତ୍ର ସୃଷ୍ଟିରେ ଅନେକ ପ୍ରକାରର ବିରଳ ତଥା ଦୁର୍ଲ୍ଲଭ ଜୀବ ରହିଛନ୍ତି । ଏପରି କିଛି ଜୀବଙ୍କୁ ପ୍ରାୟତଃ ଦେଖିବାକୁ ମିଳିନଥାଏ । ତେବେ ଏହା ମଧ୍ୟରେ ବିଶ୍ୱର ସବୁଠାରୁ ଦୁର୍ଲ୍ଲଭ ମାଛ ‘କଟନ କ୍ୟାଣ୍ଡି ଲବଷ୍ଟର’କୁ ଉଦ୍ଧାର କରାଯାଇଛି । ଆମେରିକାର ନ୍ୟୁ ହ୍ୟାମ୍ପଶାୟର ତଟ ନିକଟରୁ ମାଛ ଧରାଳୀମାନେ ଏହି ଦୁର୍ଲ୍ଲଭ ମାଛକୁ ଉଦ୍ଧାର କରିଛନ୍ତି । ଏହି ଜୀବ ପ୍ରାୟତଃ ଦୃଶ୍ୟମାନ ହୋଇନଥାଏ । ୧୦ କୋଟିରେ ଥରେ ଏହି ଜୀବକୁ ଦେଖିବାକୁ ମିଳିଥାଏ ।

ମାଛଟି ମାଛ ଧରାଳୀଙ୍କର ଜାଲରେ ଫସି ରହିଥିଲା । ତେବେ ଉକ୍ତ ଜୀବଟି ଖାଦବା ଠାରୁ ଅଧିକ ଆକର୍ଷଣୀୟ ଥିଲା । ମାଛ ଧରାଳୀ ଜୋସେଫ କ୍ରାମର ସମୁଦ୍ରରେ ମାଛ ଓ ଝୀଙ୍ଗା ମାଛ ଧରୁଥିବା ବେଳେ ଗତ ମାସ ଶେଷ ଆଡ଼କୁ ଏହି ଘଟଣା ଦେଖିବାକୁ ମିଳିଥିଲା । ଏହି ଲବଷ୍ଟର ଦେଖିବାକୁ ଏତେ ସୁନ୍ଦର ହୋଇଥାଏ ଯେ ତାକୁ ଖାଇବା ଅପେକ୍ଷା ଦେଖିବାକୁ ମନ ଅଧିକ କରିଥାଏ । ନୀଳ ରଙ୍ଗର ଏହି ଲବଷ୍ଟରର ଶରୀରରେ ବାଇଗଣୀ ଓ ଗୁଲାଲି ରଙ୍ଗର ଛୋଟ ଛୋଟ ଛିଟ ରହିଥିଲା । ତାହା ଦେଖିବାକୁ ସତେ ଯେମିତି ଚୀନ ନିର୍ମିତ ପାତ୍ର ପରି ହୋଇଥାଏ । ପୂର୍ବରୁ ଜୋସେଫ ନୀଳ ରଙ୍ଗର ଲବଷ୍ଟର ଧରିଥିବା ବେଳେ ଏହା ସବୁଠାରୁ ଭିନ୍ନ ଥିଲା ବୋଲି କହିଛନ୍ତି ।

ସୌଭାଗ୍ୟକ୍ରମେ ମିଳିଥିବା ଏହି ଲବଷ୍ଟରକୁ ଖାଦ୍ୟ ପ୍ଲେଟରୁ ହଟାଇ ଦିଆଯାଇଥିଲା । ତାକୁ ସୀକୋଷ୍ଟର ସାଇନ୍ତସ ସେଣ୍ଟର ନିଆଯାଇ ପ୍ରଦର୍ଶନୀ ପାଇଁ ରଖାଯାଇଥିଲା । ଯାଞ୍ଚ ପରେ ତାହା ଏକ କଟନ କ୍ୟାଣ୍ଟି ଲବଷ୍ଟର ବୋଲି ଜଣାପଡ଼ିଥିଲା, ଯାହାକି ଅତ୍ୟନ୍ତ ଦୁର୍ଲ୍ଲଭ । ତାହା ୧୦ କୋଟିରେ ଥରେ ଦେଖାଦେଇଥାଏ । ଏହି ଲବଷ୍ଟର ନିଜର ସାଥୀଙ୍କ ପରି କଳା, ଚକୋଲେଟର ରଙ୍ଗର ହୋଇନଥାଏ । ଏହାର ରଙ୍ଗ କାରଣରୁ ତାକୁ ସହଜରେ ଶିକାର କରିବା ସମ୍ଭବ ହୋଇଥାଏ । ସେଥିପାଇଁ ସେମାନେ ସହଜରେ ଦେଖିବାକୁ ମିଳନ୍ତି । ନାହିଁ । ୨୦୧୮ରେ କାନାଡ଼ା ଉପକୂଳରୁ ଜୋସେଫଙ୍କ ଲବଷ୍ଟର ଠାରୁ ଅଧିକ ହାଲୁକା ରଙ୍ଗର କଷ୍ଟର କ୍ୟାଣ୍ଡି ଲବଷ୍ଟର ଦେଖିବାକୁ ମିଳିଥିଲା । ୧ କୋଟିରେ ଥରେ ସମ୍ପୂର୍ଣ୍ଣ ଲାଲ ଲବଷ୍ଟର ଦେଖାଯାଇଥାଏ । ୩-୫ କୋଟିରେ ଥରେ ସମ୍ପୂର୍ଣ୍ଣ ନାରଙ୍ଗୀ, ହଳଦିଆ ବା ମିଶ୍ରିତ ରଙ୍ଗର ଲବଷ୍ଟର ଦେଖିବାକୁ ମିଳିଥାଏ । ମାତ୍ର କଟନ କ୍ୟାଣ୍ଟି ଲବଷ୍ଟର ବା ଅଲବୀନୋ ଲବଷ୍ଟର ୧୦ କୋଟିରେ ଥରେ ଦୃଶ୍ୟମାନ ହୋଇଥାଏ ।

Get real time updates directly on you device, subscribe now.