fbpx

ଶକ୍ତ ଭୂମିକମ୍ପରେ ଥରିଲା ଜାପାନ, ମପାଗଲା ଏତିକି ତୀବ୍ରତା, ଜାରି ହେଲା ସୁନାମି ଆଲର୍ଟ

ନୂଆଦିଲ୍ଲୀ: ଜାପାନରେ ଶକ୍ତ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ମପାଯାଇଛି। ଏହି ଭୂମିକମ୍ପ କାରଣରୁ ସୁନାମିର ଚେତାବନୀ ଜାରି କରାଯାଇଛି। ଏହା ଦକ୍ଷିଣ ଜାପାନରେ ଅନୁଭୂତ କରାଯାଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଗୁରୁବାର ଦିନ ଜାପାନର ଦକ୍ଷିଣ ଦ୍ୱୀପ କ୍ୟୁସୁରେ ଗୋଟିଏ ପରେ ଗୋଟିଏ ଲଗାତାର ଦୁଇ ଥର ବଡ଼ ଭୂମିକମ୍ପ ଘଟିଛି। ପ୍ରଥମ ଭୂମିକମ୍ପର ତୀବ୍ରତା ୬.୯ ଥିଲା। ଏହାର କିଛି ସମୟ ପରେ ଆସିଥିବା ତୀବ୍ରତା ୭.୧ ଥିଲା। ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳ ମିୟଜାକି, କୋଚୀ, ଇହିମେ, କାଗୋଶିମା ଏବଂ ଆଇତାରେ ସୁନାମୀକୁ ନେଇ ଆଲର୍ଟ ମଧ୍ୟ ଜାରି କରାଯାଇଛି।

ଯଦି ୬ରୁ ୭ ତୀବ୍ରତାର ଭୂମିକମ୍ପ ଆସୁଛି ତେବେ ଏହା କ୍ଷତିର ସମ୍ଭାବନାକୁ ବଢାଇତାଏ। ୭ ରୁ ୭.୯ ଭୂମିକମ୍ପକୁ ଭୟଙ୍କର କୁହାଯାଏ। ଏହି ତୀବ୍ରତାର ଭୂମିକମ୍ପରେ ବିଲ୍ଡିଂ ଗୁଡିକ ଭୁଶୁଡି ପଡେ। ତେବେ ଜାପାନରେ ବର୍ତ୍ତମାନ ବିରାଟ ଭୂମିକମ୍ପ ଘଟିଛି। ସଂପୂର୍ଣ୍ଣ ଖବର ଆସିବା ପରେ ଜଣାପଡିବ କେତେ କ୍ଷତି ଘଟିଛି।

Get real time updates directly on you device, subscribe now.