fbpx

(Video) ଆସିଗଲା ବଡ଼ ଅଫର! ରାଜଧାନୀରେ ମାତ୍ର ୨୦ ଟଙ୍କାରେ ମିଳୁଛି କେଜିଏ ଆଳୁ, ପଲିଥିନ୍ ଓ ବ୍ୟାଗ ଧରି ଦୌଡ଼ିଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଆଳୁ ଦରକୁ ମନରେ ଏକ ଶକ୍ତ ଝଟକା ଲାଗି ଯାଉଛି । କିଛିଦିନ ତଳେ ମାତ୍ର ୨୦-୨୫ ଟଙ୍କାରେ ୧ କେଜି ଆଳୁ ମିଳୁଥିବା ବେଳେ ଏବେ ଆଳୁ ଦର ହ୍ରାସ ପାଇଁ ସରକାର, ବେପାରୀ ଓ ଗ୍ରାହକଙ୍କର ଚିନ୍ତା ବଢ଼ି ଯାଇଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ବେଳେ ଆଳୁ ଦର କମିବାର ନାଁ ଧରୁନାହିଁ । ଏହା ଆଳୁ କେଜି ୬୦ ଟଙ୍କାରେ ପହଞ୍ଚି ଥିବା ବେଳେ ୩ କେଜି ଆଳୁ କିଣି ଘରକୁ ନେଇଥିବା ଗ୍ରାହକମାନେ ଏବେ ମାତ୍ର ୧ କେଜି ଆଳୁ ନେଉଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ଆଳୁ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଅଫର । ରାଜଧାନୀର ଏକ ସ୍ଥାନରେ ଆଳୁ କେଜି ମାତ୍ର ୨୦ ଟଙ୍କାରେ ବିକ୍ରି ହେଉଛି । ଆଳୁ କେଜି ୨୦ ଟଙ୍କାରେ ବିକ୍ରି କରୁଥିବା ନେଇ କିଛି ଯୁବକ ଭାଇମାନେ ମଧ୍ୟ କହୁଥିବାର ଦେଖାଯାଉଛି । ପ୍ରକୃତ କଥା ହେଉଛି, କିଛି ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଳୁ କେଜି ୨୦ ଟଙ୍କାରେ ବିକ୍ରି କରାଯାଉଛି । ଗଭର୍ଣ୍ଣର ହାଉସ୍ ଛକ ନିକଟରେ ବିକ୍ରି ହେଉଥିବା ଏହି ଶସ୍ତା ଆଳୁ କିଣିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା । ଲୋକମାନେ ହାତରେ ପଲିଥିନ୍ ଓ ବ୍ୟାଗ୍ ଧରି ଆଳୁ କିଣିବାକୁ ଦୌଡ଼ିଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.