fbpx

ଏହି ତାରିଖରେ ପଡୁଛି ବର୍ଷର ଶେଷ ସୂର୍ଯ୍ୟ ପରାଗ : ଜାଣନ୍ତୁ କେଉଁ ରାଶି ଲୋକଙ୍କର ହେବ ଫାଇଦା ?

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ଅକ୍ଟୋବର ୨ ତାରିଖରେ ପଡୁଛି। ଏହି ସୂର୍ଯ୍ୟ ପରାଗ ପିତୃପକ୍ଷ ଦିନ ପଡୁଥିବାରୁ ଏହାକୁ ସର୍ବ ପିତୃଅମାବାସ୍ୟା ବୋଲି କୁହାଯିବ। ଅକ୍ଟୋବର ୨ ତାରିଖ ରାତି ୯ଟା ୧୩ ରେ ଆରମ୍ଭ ହୋଇ ଭୋର୍ ବା ସକାଳ ୩ଟା ୧୭ ମିନିଟ୍ ସମୟରେ ଶେଷ ହେବ। ଏ-ହା ବର୍ଷର ଶେଷ ସୂର୍ଯ୍ୟ ପରାଗ । କିନ୍ତୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ଏହି ପରାଗ ରାଶି ଚକ୍ରରେ ଥିବା ୧୨ଟି ରାଶି ମଧ୍ୟରୁ ୪ ଟି ରାଶି ଉପରେ ଏହାର ପ୍ରଭାବ ବେଶ୍ ଅଧିକ ରହିବ। ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ..

ମେଷ: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଏହି ରାଶି ଉପରେ ବଡ଼ ପ୍ରଭାବ ପକାଇବ। ବିଶେଷ କରି, ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ଗାଡି କିମ୍ବା ନୂଆ ଘର କିଣି ପାରନ୍ତି। ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିପାରନ୍ତି। ଯାହା ଆପଣଙ୍କୁ ଦ୍ବିଗୁଣିତ ଲାଭ ଦେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗରିବ ଓ ଅସହାୟ ଲୋକଙ୍କୁ ଦାନ କରନ୍ତୁ । ଯାହା ଦ୍ବାରା ପ୍ରଭୁ କୃପା ଲାଭ କରିବା ସହ ଅଟକି ଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।

ମିଥୁନ: ଏହି ସୂର୍ଯ୍ୟ ପରାଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆୟ ବୃଦ୍ଧି ପାଇବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ବିଦେଶ ଯାତ୍ରା କରିପାରନ୍ତି। ନୂତନ ଜମି କିମ୍ବା ଘର କିଣିବେ। ପାରିବାରିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ୍ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।

ସିଂହ: ଏ-ହି ସୂର୍ଯ୍ୟ ପରାଗ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଭବାନ୍ କରାଇବ। ଯେଉଁମାନେ ପାର୍ଟନରସିପରେ ବ୍ୟବସାୟ କରୁଛନ୍ତି। ସେମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଦ୍ବି-ଗୁଣିତ ଲାଭ ପାଇବେ। ଚାକିରିଆ ମାନଙ୍କୁ କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆୟ ବଢିବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍ ହୁଅନ୍ତୁ।

କନ୍ୟା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷର ଶେଷ ସୂର୍ଯ୍ୟ ପରାଗ ଶୁଭଫଳ ପ୍ରଦାନ କରିବ। ଭାଗ୍ୟ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସାଥ୍ ଦେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବେକାରୀମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲା ର ରାୟ ଆପଣଙ୍କ ସପକ୍ଷରେ ଯିବ। କୌଣସି ବଡ଼ ନିସ୍ପତ୍ତି ନେବା ପୂର୍ବରୁ ବୟସ୍କ ବା ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ।

Get real time updates directly on you device, subscribe now.