fbpx

ସୁକନ୍ୟା ଖାତାରେ ଏପରି ମିଳିବ କୋଟି କୋଟି ଟଙ୍କା, ପ୍ରତି ମାସରେ କରିବାକୁ ହେବ ଏତିକି ନିବେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଝିଅମାନଙ୍କ ପାଇଁ ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ପୋଷ୍ଟ ଅଫିସର ମଧ୍ୟ ଅନେକ ଯେଜନା ରହିଛି, ଯେଉଁଥିରେ ନିବେଶ କରିବାରେ ଭଲ ରିଟର୍ଣ୍ଣ ମିଳିଥାଏ। ପୋଷ୍ଟ ଅଫିସର ସୁକନ୍ୟା ସମୃଦ୍ଧି ଯୋଜନା ଝିଅମାନଙ୍କ ଭବିଷ୍ୟତ ପାଇଁ ଏକ ଭଲ ଯୋଜନା ପ୍ରମାଣିତ ହୋଇପାରିବ।

ଏହି ଯୋଜନାରେ ଆପଣଙ୍କୁ ୮.୨ ପ୍ରତିଶତର ବାର୍ଷିକ ସୁଧ ଦିଆଯିବ। ଯଦି ଆପଣ ଏହି ଯୋଜନାରେ ଭଲ ନିବେଶ କରିବେ, ତେବେ ଆପଣଙ୍କୁ ଏକ କୋଟି ଟଙ୍କାର ରିଟର୍ଣ୍ଣ ମିଳିପାରେ। ଏକ କୋଟିର ରିଟର୍ଣ୍ଣ ପାଇଁ ଆପଣଙ୍କୁ କେତେ ଟଙ୍କା ନିବେଶ କରିବାକୁ ପଡିବ ଆସନ୍ତୁ ଜାଣିବା..

ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ୧୦ ବର୍ଷରୁ କମ ବର୍ଷୀୟ ନିଜ ଝିଅଙ୍କ ଖାତା ଖୋଲିପାରିବେ। ଯୋଜନା ଅନୁଯାୟୀ,ଆପଣ କେବଳ ନିଜର ଦୁଇ ଝିଅଙ୍କ ଖାତା ଖୋଲିପାରିବେ। ଯୋଜନାର ମାଚ୍ୟୁରିଟୀ ପିରିୟଡ ୨୧ ବର୍ଷର ଅଟେ। ଯେଉଁଥିରେ ୧୫ ବର୍ଷର ନିବେଶ ହୋଇପାରିବ।

ଯଦି ଆପଣ ଏହି ଯୋଜନା ଅନୁଯାୟୀ, ଏକ କୋଟି ଟଙ୍କ ଜାମ କରିବାକୁ ଚାହୁଁଛନ୍ତି ତେବେ ପ୍ରତି ମାସରେ ୨୯ ହଜାର ୪୪୪ ଟଙ୍କା ଜମା କରିବାକୁ ହେବ। ତେବେ ଆପଣ ୧୫ ବର୍ଷରେ ଏକ କୋଟି ଟଙ୍କା ସଞ୍ଚୟ କରିପାରିବେ। ୨୯ ହଜାର ୪୪୪ ଯଦି ଆପଣ ଆକାଉଣ୍ଟରେ ଜମା କରୁଛନ୍ତି ତେବେ ଏହା ୫୨,୯୯,୯୨୦ ଟଙ୍କା ହେବ। ସେହିପରି ଆପଣଙ୍କୁ ୪,୭୦୦,୦୮୦ ଟଙ୍କା ଆପଣଙ୍କୁ ସୁଧ ଭାବେ ମିଳିବ। ତେବେ ଏହାକୁ ମିଶାଇଲେ ସମୁଦାୟ ଆପଣ ୧ କୋଟି ଟଙ୍କା ପାଇବେ।

Get real time updates directly on you device, subscribe now.