fbpx

ରାଜ୍ୟ ଏଡସ୍ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ବିଜ୍ଞପ୍ତି: ପୂରଣ ହେବ ମେଡିକାଲ ଅଫିସର, କାଉନସେଲର ଓ ଡାଟା ମ୍ୟାନେଜର ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି (ଓସାକ୍ସ) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅଗଷ୍ଟ ୨୨ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ମେଡିକାଲ ଅଫିସର, କାଉନସେଲର ଓ ଡାଟା ମ୍ୟାନେଜର ଆଦି ପଦରେ ନିଯୁକ୍ତି ଦିଆଯିବ । ମେଡିକାଲ ଅଫିସର ପଦ ପାଇଁ ୭୨ ହଜାର, କାଉନସେଲର ପାଇଁ ୨୧ ହଜାର ଓ ଡାଟା ମ୍ୟାନେଜର ପାଇଁ ୨୧ ହଜାର ମାସିକ ବେତନ ରହିଛି । ମୋଟ ୩୧ଟି ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିସେନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମେଡିକାଲ ଅଫିସର ପାଇଁ ୧୯ଟି, କାଉନସେଲର ପାଇଁ ୧୦ଟି ଓ ଡାଟା ମ୍ୟାନେଜର ପାଇଁ ୨ଟି ପଦ ଖାଲି ରହିଛି । କାଉନସେଲର ଓ ଡାଟା ମ୍ୟାନେଜର ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୪୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ସେହିପରି ମେଡିକାଲ ଅଫିସର ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୫ରୁ ୬୯ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ ଯୋଗ୍ୟତା ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ହିସାବକୁ ନିଆଯିବ । ଓସାକ୍ସ ହେଡ୍ କ୍ୱାର୍ଟରକୁ ଆବେଦନ ପତ୍ର ପଠାଇଲେ ତାହା ଗ୍ରହଣଯୋଗ୍ୟ ହେବ ନାହିଁ । ଏ ବାବଦରେ ବିଜ୍ଞପ୍ତିରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।

ନୋଟିଫିକେସନ ଲିଙ୍କ: https://osacs.nic.in/sites/default/files/Advertisement%20of%20Various%20Post%20at%20ART%20Centres%202024.pdf

Get real time updates directly on you device, subscribe now.