fbpx

ଆସନ୍ତା ସପ୍ତାହରେ ଜାରିହେବ ଅନଲକ୍-୨ର ଗାଇଡଲାଇନ୍!

ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ୧୭,୨୯୬ ଜଣ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ସରକାର ଅନଲକ୍-୨ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ବୋଲି ସୂତ୍ରରୁ ଖବର ମିଳିଛି । ମିଳିଥିବା ଖବର ମୂତାବକ, ଜୁନ୍ ୩୦ରେ ଅନଲକ୍-୨ର ଗାଇଡଲାଇନ୍ ଜାରି ହୋଇପାରେ । କିନ୍ତୁ ଏଥର ଅନ୍ତର୍ଜାତୀୟ ବିମାନ, ବିଦ୍ୟାଳୟ ଓ ମେଟ୍ରୋ ଆରମ୍ଭ କରିବା କ୍ଷେତ୍ରରେ ନିୟମ କୋହଳ ହୋଇପାରେ ।

ଅନ୍ୟପଟେ ଆସାମରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏନେଇ ରାଜ୍ୟ ସରକାର ଗୁଆହାଟୀରେ ୧୪ ଦିନିଆ ଲକ୍-ଡାଉନ୍ ଘୋଷଣା କରିଛନ୍ତି, ଯାହାକି ରବିବାର ଦିନଠାରୁ ଲାଗୁ ହେବ ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏବେ ୧ ଲକ୍ଷ ୮୯ ହଜାର ୪୬୩ ଆକ୍ଟିଭ୍ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧୫ ହଜାର ୩୦୧ ରୋଗୀଙ୍କର କରୋନାଜନିତ ମୃତ୍ୟୁ ହୋଇସାରିଛି । ୨ ଲକ୍ଷ ୮୫ ହଜାର ୬୩୬ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।

Get real time updates directly on you device, subscribe now.