fbpx

ସମରଝୋଳ ଛକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା

ବ୍ରହ୍ମପୁର: ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଏହି ଦୁର୍ଘଟଣାରେ ୪ ମୃତ, ୨୦ରୁ ଅଧିକ ଆହତ ହୋଇଛନ୍ତି।

ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବସ୍ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ସୂଚନାନୁଯାୟୀ, ରାସ୍ତାକଡ଼ ଚାହା ଦୋକାନ ଉପରକୁ ଗାଡ଼ି ମାଡ଼ିଯାଇଥିଲା। ତେବେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଚା’ ଦୋକାନରେ ଚା’ ପିଉଥିବା ୩ଜଣଙ୍କର ମୃତ୍ୟୁ ଘଟିଛି। ବସର ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

Get real time updates directly on you device, subscribe now.