fbpx

ଉତ୍ତରପ୍ରଦେଶ ଉପ ନିର୍ବାଚନ ପ୍ରସ୍ତୁତି: ଦଳର ସମନ୍ୱୟ ସୁଦୃଢ଼ କରିବା ଦିଗରେ BJP- RSS ବୈଠକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ତାଙ୍କ ସରକାରୀ ବାସଭବନରେ ସଂଘ ଏବଂ ବିଜେପିର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥଲା । ଆଗମୀ ଉପ ନିର୍ବାଚନରେ କାର୍ଯ୍ୟ ଏବଂ ସମନ୍ୱୟ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ, ବିଜେପି ରାଜ୍ୟ ୟୁନିଟ୍ ମୁଖ୍ୟ ଭୁପେନ୍ଦ୍ର ସିଂହ ଚୌଧୁରୀ ଏବଂ RSS ନେତା ଅରୁଣ କୁମାର ଏହି ବୈଠକରେ ଉପସ୍ଥିତ ଥିଲେ ।

ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ଶାସକ ଦଳ ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଫେକସ୍ ରହିଛି ଯଥା

– ଦଳିତ ଏବଂ ଓବିସି ସମୁଦାୟଙ୍କ ମଧ୍ୟରେ ବିପକ୍ଷର ଚାଲକୁ ନେଇ ମୁକାବିଲା କରିବା

– ସଂଗଠନର ରାଜନୀତିକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିବା

– ପାର୍ଟିର ସଦସ୍ୟତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବା: ଲୋକାଭିମୁଖି କାର୍ଯ୍ୟ ଦ୍ୱାରା ତୃଣମୂଳ ସ୍ତରରେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ହେବା ।

– ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଅସନ୍ତୋଷ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା: ସଂଘ ଏବଂ ବିଜେପି ନିରନ୍ତର ଦଳିତ, ପଛୁଆ ବର୍ଗଙ୍କ ସହ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଅନେକ କାମ କରିଛନ୍ତି ।

– ସମସ୍ତ ବର୍ଗଙ୍କୁ ଯୋଡ଼ି ରଖିବା ପାଇଁ କାମ୍ପେନ୍ ଚଲାଇବା: ବୁଥ୍ ସ୍ତରରେ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ଯୋଡ଼ି ରଖିବା ପାଇଁ ପ୍ରୟାସ କରିବା । ଏଥିପାଇଁ ବୁଥ୍ ସ୍ତରରେ ଜାତିଗତ ସମୀକରଣକୁ ସୁଦୃଢ଼ କରିବା ପାଇଁ ପାର୍ଟି ତରଫରୁ ମନ୍ଥନ ଜାରି ରହିଛି ।

Get real time updates directly on you device, subscribe now.