fbpx

ପ୍ରତି ୱାର୍ଡ଼ରେ କୋଭିଡ଼ ସ୍ଥିତି ମନିଟର ନେଇ ସଚେତକ କମିଟି ଗଠିତ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ତାଜା ଖବର ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ଭୁବନେଶ୍ୱରରେ ସ୍ଥିତିକୁ ସବୁଦିନ ମନିଟର କରାଯାଉଛି । ତେଣୁ ପ୍ରତି ୱାର୍ଡ଼ରେ ସଚେତକ କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ୨୫ରୁ ଅଧିକ କର୍ମୀ ରହିଛନ୍ତି । ସେମାନଙ୍କୁ ପ୍ରତି ୱାର୍ଡ଼ର କୋଭିଡ଼ ସ୍ଥିତି ମନିଟର ପାଇଁ ଦାୟିତ୍ୱ ଦିଆଯାଇଛି । ଘର ଘର ବୁଲି ବୟସ୍କ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି ।

ଏଥି ସହିତ ସରକାରଙ୍କ ସଚେତକ ଆପ ଡାଉନଲୋଡ଼ କରିବାକୁ ପରାମର୍ଶ ଦିଆଯାଉଛି । ବସ୍ତି ଅଞ୍ଚଳରେ ମଧ୍ୟ କମିଟି ଗଠନ କରାଯାଇଛି । ଏହାସହ ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟିନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ବିଏମସି କମିସନର । ଆଗକୁ ଭୁବନେଶ୍ୱରରେ କରୋନା ବଢ଼ିବାର ସମ୍ଭାବନା ଅଛି । ସଚେତନ ଓ ସତର୍କ ରହିଲେ ଯାଇ କରୋନା ମୁକାବିଲା କରିହେବ । ସରକାରଙ୍କ ଗାଇଡ଼ଲାଇନ ମାନିବାକୁ ଘରୋଇ ହସ୍ପିଟାଲକୁ ତାଗିଦ କରାଯାଇଛି । ଗାଇଡ଼ଲାଇନ ନମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଭୁବନେଶ୍ୱରରେ ଅନେକ ସ୍ୱେଚ୍ଛାସେବୀ ମଧ୍ୟ କରୋନା ମୁକାବିଲା ନେଇ ସହଯୋଗ କରୁଛନ୍ତି । ଯେଉଁଠାରୁ ପଜିଟିଭ କେସ ଆସୁଛି ୨୪ଘଣ୍ଟା ଭିତରେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଛି । ଭୁବନେଶ୍ୱରକୁ ଦିନକୁ ପ୍ରାୟ ୧୬ଟି ଟ୍ରେନ ଆସୁଛି । ଯେହେତୁ ରାଜ୍ୟରେ ଜୁନ ମାସର ପ୍ରତି ସପ୍ତାହ ଶନିବାର ଓ ରବିବାର ସଟଡାଉନ ରହୁଛି ତେଣୁ ଶୁକ୍ରବାର ମଧ୍ୟାହ୍ନରେ ମାର୍କେଟରେ ଭିଡ଼ ବଢ଼ିଯାଉଛି । ଲୋକମାନେ ମାସ୍କ ପିନ୍ଧୁନାହାନ୍ତି କି ସାମାଜିକ ଦୂରତା ମାନୁ ନାହାନ୍ତି ଯାହା ଆଗାମୀ ଦିନରେ ବିପଦ ସୃଷ୍ଟି କରିବ ।

ତେବେ ହଟସ୍ପଟ ଜିଲ୍ଲାରୁ ଫେରିଲେ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ।

Get real time updates directly on you device, subscribe now.