fbpx

୧୯ ବର୍ଷ ପରେ ବାପାଙ୍କୁ ଭେଟିବାକୁ ଭାରତ ଆସିଲା ଜାପାନୀ ପୁଅ; ଛୋଟବେଳେ ବାପା-ମା’ଙ୍କ ହୋଇଥିଲା ଛାଡ଼ପତ୍ର

ଚଣ୍ଡିଗଡ଼: “ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା” । ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ । ତାହାର ଅନେକ ଉଦାହରଣ ଆମେ ଆଗରୁ ଦେଖିଛେ । ସେମିତି ଏକ କାହାଣୀ ଏହେ ପଞ୍ଜାବରେ ଦେଖିବାକୁ ମିଳିଛି । ସୁଖପାଲ ସିଂହ ନାମକ ଜଣେ ବ୍ୟକ୍ତି ଜାପାନୀ ମହିଳାଙ୍କୁ ବିବାହ କରିଥିଲେ । ଜାପାନରେ ରହିବା ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ତାଙ୍କ ରିନ୍ ତାକାହାଟାଙ୍କୁ ଦୁଇ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଛାଡ଼ପତ୍ର ହୋଇଥିଲା ।

ପରେ ସୁଖପାଲ ସିଂହ ପଞ୍ଜାବ ଫେରି ଆସିଥିଲେ । ସେ ବର୍ତ୍ତମାନ ଅମୃତସରରେ ରହୁଛନ୍ତି । ପୂର୍ବରୁ ସେ ଜାପାନରେ ରହୁଥିଲେ। ୨୦୦୨ରେ ସେ ଜଣେ ଜାପାନୀ ମହିଳାଙ୍କୁ ବିବାହ କରିଥିଲେ, କିନ୍ତୁ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଏବେ ୧୯ ବର୍ଷ ପରେ ରିନ୍ ଟାକାହାଟା ତାଙ୍କ ବାପାଙ୍କୁ ଭେଟିବା ପାଇଁ ଅମୃତସର ଆସିଥିଲେ। ବାପ-ପୁଅର ମିଳନର ଏହି କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରିନ୍ ତାକାହାଟା କହିଛନ୍ତି “ମୋ ପାଖରେ ମୋ ବାପାଙ୍କ ପୁରୁଣା ଫଟୋ ଥିବାରୁ ମୁଁ ସ୍ଥାନୀୟ ଲୋକଙ୍କୁ ପଚାରି ସେମାନଙ୍କୁ ଖୋଜିବାକୁ ଚେଷ୍ଟା କଲି ।

ସୌଭାଗ୍ୟବଶତଃ, ଜଣେ ବ୍ୟକ୍ତି ମୋ ବାପାଙ୍କୁ ଚିହ୍ନିଲେ ଏବଂ ମୋ ପାଇଁ ତାଙ୍କର ନୂଆ ଠିକଣା ବ୍ୟବସ୍ଥା କଲେ । ତେଣୁ ୧୯ ବର୍ଷରୁ ଅଧିକ ସମୟ ପରେ ମୁଁ ତାଙ୍କୁ ପୁଣି ଥରେ ଭେଟିପାରିଲି ବୋଲି ରିନ୍ କହିଛନ୍ତି । ସେ ଜାପାନରେ ମାତ୍ର ଦୁଇ ବର୍ଷ ବୟସରେ ତାଙ୍କ ମା’ ଏବଂ ବାପା ସୁଖପାଲଙ୍କ ପୁରୁଣା ଫଟୋ ନିଜ ସହିତ ଆଣିଥିଲେ । ସୂଚନାଯୋଗ୍ୟ, ଅଗଷ୍ଟ ୧୯ ତାରିଖରେ ‘ରକ୍ଷାବନ୍ଧନ’ ଦିନ ରିନ୍ ତାଙ୍କ ବାପା ଭଉଣୀ ଅବଲିନ୍ କୌରଙ୍କୁ ଭେଟିଥିଲେ । ସୁଖପାଲ କହିଛନ୍ତି ଯେ ଯେତେବେଳେ ତାଙ୍କ ଜୀବନର ଏକ ପୁରୁଣା ଅଧ୍ୟାୟ ତାଙ୍କ ସାମ୍ନାରେ ଖୋଲିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Get real time updates directly on you device, subscribe now.