fbpx

ଅଭି ତୋ ଦିଲ୍ ଜୱାନ୍ ହୈ… ୭ ହଜାର ଫୁଟରୁ Skydiving କରି ପାଳିଲେ ଜନ୍ମଦିନ, ନିଜ ନାଁ କଲେ ଏହି ରେକର୍ଡ଼

ଓଡ଼ିଶା ଭାସ୍କର: ସାଧାରଣତଃ ୫୦- ୬୦ ବର୍ଷ ହେବା ପରେ ବ୍ୟକ୍ତିଙ୍କ ଇଚ୍ଛା ଓ ସଉକ ଧୀରେ ଧୀରେ କମିବାକୁ ଲାଗେ । ଅଧିକାଂଶ ବୟସ୍କ ମନ୍ଦିର ଯିବା, ଆଧ୍ୟାତ୍ମିକ ଗ୍ରନ୍ଥ ପଢ଼ିବା, ପୂଜା ପାଠରେ ମନୋନିବେଶ କରିବା ଭଳି କାର୍ଯ୍ୟ କରିଥାନ୍ତି । ବେଳେ ବେଳେ ନାତି ନାତୁଣୀଙ୍କ ସହ ଅବଶିଷ୍ଟ ସମୟ ବିତାଇଥାନ୍ତି । ସେମାନଙ୍କ ଖୁସିରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୃଦ୍ଧାଙ୍କ ବିଷୟରେ କହିବୁ ଯିଏକି ପରିଣତ ବୟସରେ ବି ନିଜ ଇଚ୍ଛାକୁ ଉଜ୍ଜୀବିତ ରଖିଛନ୍ତି । ନିଆରା ଢ଼ଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କ ଏପରି ଜୋଶ୍ ଦେଖି ଅନେକ ଲୋକଙ୍କ ହୋଶ୍ ଉଡ଼ିଯିବ ନିଶ୍ଚିତ ।

କଥାରେ ଅଛି ଇଚ୍ଛା ଥିଲେ ସବୁକିଛି ସମ୍ଭବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ । Manette Baillie, ବୟସ ୧୦୨, ନାମକ ଜଣେ ମହିଳା ନିଆରା ଢ଼ଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ସେ ୭ ହଜାର ଫୁଟ ଉଚ୍ଚତାରୁ ସ୍କାଏ ଡାଇଭିଂ କରି ଇତିହାସ ରଚିଛନ୍ତି । ଡେଲି ମେଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ Manette Baillie ଏୟାରକ୍ରାଫ୍ଟରୁ ନିଜ ପ୍ରଶିକ୍ଷକଙ୍କ ସହ ଡେଇଁ ଥିଲେ । ବୃଦ୍ଧା ଜମା ବି ନର୍ଭସ ନଥିଲେ । ସେ ବେଶ୍ କନଫିଡେଣ୍ଟ, କମଫର୍ଟେବଲ ଏବଂ ଉତ୍ସାହିତ ଥିଲେ । ଉଡ଼ାଣ ପରେ Manette Baillie ନିଜ ଅନୁଭବ ଶେୟାର କରି କହିଥିଲେ, ‘ମୋତେ ସବୁ କିଛି ଝାପ୍ସା ଦେଖାଯାଉଥିଲା । ସେଥିପାଇଁ ମୁଁ ଆଖି ବନ୍ଦ କରି ସବୁ ଅନୁଭବ କରୁଥିଲି ।’ ସେ ଅହୁରି ମଧ୍ୟ କହିଛନ୍ତି କି ଜଣେ ୮୫ ବୟସ୍କ ବ୍ୟକ୍ତି ପାରାସୁଟ୍ ଜମ୍ପ କରି ନିଆରା ଭାବରେ ଜନ୍ମଦିନ ପାଳିଥିଲେ । ଏହା ପରେ Manette ବିଚାର କଲେ କି ସେ ମଧ୍ୟ ଏପରି କିଛି କରିପାରିବେ । କହିରଖୁଛୁ ଏହି ସ୍କାଏ ଡାଇଭିଂ ସହ Manette Baillie ବ୍ରିଟେନର ବରିଷ୍ଠ ସ୍କାଏ ଡାଇଭର ଭାବେ ରେକର୍ଡ କରିଛନ୍ତି ।

 

View this post on Instagram

 

A post shared by Daily Mail (@dailymail)

 

 

 

Get real time updates directly on you device, subscribe now.