fbpx

ସଂସ୍କୃତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ, ପ୍ରତିମାସରେ ଆକଉଣ୍ଟକୁ ଯିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ୫୦୦ରୁ ଅଧିକ ସଂସ୍କୃତ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପର ଘୋଷଣା କରିଛନ୍ତି। ପୂର୍ବରୁ ଏହି ସ୍କଲାରସିପ ପାଇବା ପାଇଁ ପରିବାରର ବାର୍ଷିକ ଆୟ ୫୦ ହଜାର ଟଙ୍କାରୁ କମ ହେବା ଆବଶ୍ୟକ ଥିଲା, ହେଲେ ବର୍ତ୍ତମାନ ଏହି ଆୟ ସୀମାକୁ ହଟାଯାଇଛି। ଏହା ବ୍ୟତୀତ, ୯ମରୁ ଦ୍ୱାଦଶ ଯାଏଁ ଛାତ୍ରଙ୍କ ପାଇଁ ସ୍କଲାରସିପ ରାଶିକୁ ବଢାଇଦିଆଯାଇଛି। ବର୍ତ୍ତମାନ ଏହି ରାଶି ମାସିକ ୫୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ଭେଟିବା ପରେ ସ୍କଲାରସିପ ରାଶିରେ ବୃଦ୍ଧି କରାଯିବ। ଗତ ୨୦ ବର୍ଷରେ ପ୍ରଥମ ଥର ଏହା ସଂଶୋଧନ କରାଯାଇଛି, ଏବଂ ଶେଷଥର ସ୍କଲାରସିପ ରାଶିରେ ପରିବର୍ତ୍ତମାନ ୨୦୦୧ରେ ହୋଇଥିଲା।

ବୈଠକ ପରେ, ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଗୁଲାବ ଦେବୀ କହିଛନ୍ତି ଯେ, ଅଧିକାଂଶ ସଂସ୍କୃତ ଶିକ୍ଷା ପ୍ରାପ୍ତ କରୁଥିବା ଛାତ୍ରଙ୍କର ଆର୍ଥିକସ୍ଥିତି ଦୁର୍ବଳ ରହିଛି। ସେଥିପାଇଁ ବର୍ତ୍ତମାନ ୬ଷ୍ଠ, ୭ମ ଏବଂ ୮ମ ଛାତ୍ରମାନଙ୍କର ମଧ୍ୟ ସ୍କଲାରସିପ ଦିଆଯିବ।

Get real time updates directly on you device, subscribe now.