fbpx

ଓୱାଇସିଙ୍କୁ ୫୨ ଲକ୍ଷ, ମହୁଆଙ୍କୁ ୭୫ ଲକ୍ଷ…ଲୋକସଭା ନିର୍ବାଚନ ପାଇଁ କେଉଁ ନେତାଙ୍କ ଉପରେ କେତେ ଖର୍ଚ୍ଚ କରିଥିଲା TMC ?

କୋଲକାତା: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ TMC, ଆମ୍ ଆଦମୀ ପାର୍ଟି, କଂଗ୍ରେସ, ବିଜେପି, AIMIM ଭଳି ଦଳ ପ୍ରାର୍ଥୀଙ୍କ ଉପରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଏଥିମଧ୍ୟରେ ପଶ୍ଚିମବଙ୍ଗର ଶାସକ ଦଳ TMC ଜୁନ୍ ୭ ତାରିଖରେ ନିର୍ବାଚନ ଆୟୋଗକୁ ଦଳର ବ୍ୟୟ ବିବରଣୀ ପ୍ରଦାନ କରିଥିଲା । ଏଥିରେ ଉଲ୍ଲେଖ ଥିଲା କି ଟିଏମସି ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କ ଉପରେ ମୋଟ୍ ୩.୬୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଟିଏମସି ଏହାର ଅଧିକାଂଶ ପ୍ରାର୍ଥୀଙ୍କୁ ପଶ୍ଚିମବଙ୍ଗର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ଅପରପକ୍ଷରେ କିଛି ପ୍ରାର୍ଥୀ ଆସାମ ଏବଂ ମେଘାଳୟରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ ।

ଟିଏମସି ନିର୍ବାଚନ ଆୟୋଗକୁ ଦେଇଥିବା ବିବରଣୀରେ ଉଲ୍ଲେଖ କରିଛି କି ଅଭିଷେକ ବାନାର୍ଜୀ, ମହୁଆ ମୋଇତ୍ରା ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ସହ ଦଳର ୪୮ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନ ପାଇଁ ୭୫ ଲକ୍ଷ ଟଙ୍କା ଦେଇଥିଲା । କହିରଖୁଛୁ ପଶ୍ଚିମବଙ୍ଗରେ ଟିଏମସି ସମସ୍ତ ୪୨ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିଥିଲା ଯେଉଁଥିରେ ୨୯ଟି ଆସନରେ ବିଜୟ ଲାଭ କରିଥିଲା । ସେହଭଳି ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ୩ ଜଣ ପ୍ରାର୍ଥୀ ପିଛା ୬୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ । ଏଥିମଧ୍ୟରୁ ୨ ଜଣ ଦିଲ୍ଲୀରୁ ଏବଂ ଜଣେ ଗୁଜରାଟରୁ ପ୍ରତିଦ୍ୱନ୍ଦିତା କରିଥିଲେ । AIMIM ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱାଇସିଙ୍କୁ ନିର୍ବାଚନ ପାଇଁ ୨ଟି କିସ୍ତିରେ ମୋଟ୍ ୫୨ ଲକ୍ଷ ଟଙ୍କା ମିଳିଥିଲା । କହିରଖୁଛୁ ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ରାଜନୈତିକ ଦଳ ପାଇଁ ଏହି ନିୟମ ଲାଗୁ ହୁଏ ନାହିଁ । ଜାନୁଆରୀ ୨୦୨୨ରେ ନିର୍ବାଚନ ଆୟୋଗଙ୍କ ପରାମର୍ଶ ଆଧାରରେ ସରକାର ବଡ଼ ରାଜ୍ୟରେ ନିର୍ବାଚନ ଖର୍ଚ୍ଚ ୯୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଛୋଟ ରାଜ୍ୟ ପାଇଁ ୭୫ ଲକ୍ଷ ଟଙ୍କା ରହିଛି ।

 

Get real time updates directly on you device, subscribe now.