fbpx

ଗୁରୁଦିବସରେ କମିଲା ସୁନା ଦର: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ନୂଆଦିଲ୍ଲୀ : ସେପ୍ଟେମ୍ବର ୫ ତାରିଖ ଗୁରୁବାର ଦିନ ସୁନା ଦର ହ୍ରାସ ପାଇଛି । ଦେଶର ଅଧିକାଂଶ ସହରରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ପ୍ରାୟ ୭୨ ହଜାରରୁ ୭୩ ହଜାର ଟଙ୍କା ରହିଛି । ଦେଶର ପ୍ରାୟ ସମସ୍ତ ସହରରେ ୨୨ କ୍ୟାରେଟ୍ ସୁନା ହାର ୬୬ ରୁ ୬୭ ହଜାର ମଧ୍ୟରେ ରହିଛି । ୧୮ କ୍ୟାରେଟ୍ ସୁନା ହାର ପ୍ରାୟ ୫୫-୫୬ ହଜାର ଟଙ୍କା । ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ରୂପା ବର୍ତ୍ତମାନ କିଲୋଗ୍ରାମ ପାଇଁ ୮୪,୯୦୦ ଟଙ୍କା ରହିଛି ।

ଆଜି ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬,୮୩୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୨,୭୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୬,୬୮୦ ଟଙ୍କା ରହିଛି ।

କୋଲକତାରେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୬୬, ୬୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୫୦ ଟଙ୍କା ରହିଛି । ସେହିପରି ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬,୬୮୦ଟଙ୍କାର ରହିଛି ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୨,୭୫୦ ଟଙ୍କା ରହିଛି ।

Get real time updates directly on you device, subscribe now.