fbpx

ଆମିଷ ଟିଫିନ ନେବାରୁ ସ୍କୁଲରୁ ସସପେଣ୍ଡ କଲେ ପ୍ରିନ୍ସିପାଲ, ଏଭଳି କହିଲେ ଛାତ୍ରଙ୍କ ମାଆ

UP school principal suspends nursery student for bringing non veg food

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଟିଫିନରେ ସ୍କୁଲକୁ ଆମିଷ ନେଇ ଯିବାକୁ ଛାତ୍ରକୁ ସସପେଣ୍ଡ କରିଲେ ପ୍ରିନ୍ସିପାଲ । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ ଅଟେ । ଉତ୍ତରପ୍ରଦେଶର ଅମରୋହାର ଏକ ବେସରକାରୀ ସ୍କୁଲରୁ ଏହି ଖବର ସାମ୍ନାକୁ ଆସିଛି । ସସପେଣ୍ଡ କରାଯାଇଥିବା ଛାତ୍ରଜଣଙ୍କ ମୁସଲମାନ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ବର୍ତ୍ତମାନ ଏହି ମାମଲା ଚର୍ଚ୍ଚାର ବିଷୟ ସାଜିଛି । ତେବେ ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ପ୍ରିନ୍ସିପାଲ ଉକ୍ତ ଛାତ୍ରଙ୍କ ମାଆଙ୍କୁ କହୁଛନ୍ତି, “ଆମେ ଏଭଳି ଛାତ୍ରକୁ ସ୍କୁଲରେ ପାଠ ପଢାଇବୁ ନାହିଁ, ଯିଏ କି ବଡ ହୋଇ ଆମ ସ୍କୁଲ ହିଁ ଭାଙ୍ଗିବ । ତେବେ ଭିଡିଓ ଭାଇରାଲ ହେବା ପରେ ପ୍ରିନ୍ସିପାଲ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।”

ଖବର ଅନୁସାରେ, ଯେଉଁ ଛାତ୍ରକୁ ନେଇ ବିବାଦ ଦେଖାଯାଇଥିଲା ସେ ନର୍ସରୀରେ ପଢୁଥିଲେ । ଉକ୍ତ ଛାତ୍ର ଦ୍ବାରା ସମସ୍ତେ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ପ୍ରିନ୍ସିପାଲ । ତେବେ ସସପେଣ୍ଡ ହୋଇଥିବା ଛାତ୍ରଙ୍କ ମାଆ ଭେଦଭାବ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଛାତ୍ରଙ୍କ ମାଆ କହିଛନ୍ତି, ସ୍କୁଲରେ ହିନ୍ଦୁ-ମୁସଲିମକୁ ନେଇ ଭେଦଭାବ କରାଯାଉଛି । ସ୍କୁଲରେ ମୋ ଛୁଆକୁ ଏକାକି ବସାଉଛନ୍ତି । ତେବେ ଉଭୟ ପକ୍ଷର ମତ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.