fbpx

ଆଜି ଗଣେଶ ଚତୁର୍ଥୀ; ପଡ଼ୁଛି ବ୍ରହ୍ମଯୋଗ, ରବିଯୋଗ, ଇନ୍ଦ୍ରଯୋଗ ଏବଂ ସର୍ବସିଦ୍ଧି ଯୋଗ, ଏହି ରାଶି ଲୋକଙ୍କର ଆରମ୍ଭ ହେଉଛି ଶୁଭଦିନ

ଓଡ଼ିଶା ଭାସ୍କର: ଆଜି ଧରାବତରଣ କରୁଛନ୍ତି ପାର୍ବତୀ ନନ୍ଦନ। ବିଶ୍ୱାସ କରାଯାଏ ଯେ ଏହି ଦିନ ପ୍ରଭୁ ଶ୍ରୀଗଣେଶଙ୍କ ଜନ୍ମ ହୋଇଥିଲା। ସେହିପରି ଅନ୍ୟ ଏକ କିମ୍ବଦନ୍ତୀ ରେ ଭଗବାନ ଗଣେଶ ଏହି ଦିନ ମହାଭାରତ ଲେଖିଥିଲେ। ଯେଉଁଥିପାଇଁ ତାଙ୍କ ଦେହରେ ମାଟି ଜମା ହୋଇଯାଇଥିଲା, ଯାହାକୁ ହଟାଇବା ପାଇଁ ସେ ଅନନ୍ତ ଚତୁର୍ଦ୍ଦଶୀରେ ନଦୀରେ ଗାଧୋଇଥିଲେ। ଚଳିତ ବର୍ଷ ଗଣେଶ ଉତ୍ସବ ଅନେକ ଶୁଭ ଯୋଗରେ ଆରମ୍ଭ ହେଉଛି।

ଆଜି ଗଣେଶ ଚତୁର୍ଥୀରେ ଗୋଟିଏ କି ଦୁଇଟି ନୁହେଁ ବରଂ ଚାରିଟି ଶୁଭ ଯୋଗର ଏକ ମହାନ ମିଶ୍ରଣ ସୃଷ୍ଟି ହେଉଛି । ଆଜି ବ୍ରହ୍ମଯୋଗ, ରବି ଯୋଗ, ଇନ୍ଦ୍ରଯୋଗ ଏବଂ ସର୍ବସିଦ୍ଧି ଯୋଗ ସୃଷ୍ଟି ହେଉଛି। ଏହାବ୍ୟତୀତ ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ରହିବ। ଏହି ଶୁଭ ଯୋଗରେ ଗଣେଶ ପର୍ବର ଆରମ୍ଭ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି, ଯାହା ୩ ଟି ରାଶିକୁ ସୁଖ ସମୃଦ୍ଧିରେ ଭରିଦେବ।

ଆସନ୍ତୁ ଜାଣିବା କେଉଁ ରାଶିର ସୁବର୍ଣ୍ଣ ଦିନ ଆରମ୍ଭ ହେବାକୁ ଯାଉଛି।

  • ବୃଷ- ବୃଷ ରାଶିର ଲୋକଙ୍କ ପାଇଁ ଗଣେଶ ଚତୁର୍ଥୀ ଅତ୍ୟନ୍ତ ଶୁଭ ଅଟେ । ସେମାନଙ୍କଭଲ ଦିନ ଆରମ୍ଭ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂଆ ଚାକିରି ମିଳିପାରେ। ବ୍ୟବସାୟ ଭଲ ଚାଲିବ। ଚାରିଆଡ଼ୁ ଲାଭ ଓ ଆନନ୍ଦ ମିଳିବ।
  • କର୍କଟ- କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ଯୋଗ ଶୁଭ ଅଟେ । ଆପଣଙ୍କୁ ଗଣେଶ ଆଶୀର୍ବାଦ ମିଳିପାରେ। ଧନ ଓ ସମ୍ମାନ ପାଇବେ। ଏଥିସହିତ ଚାକିରି କରୁଥିବା ଶ୍ରେଣୀର ଉନ୍ନତି ହେବାର ସମ୍ଭାବନା ରହିଛି।
  • କନ୍ୟା- କନ୍ୟା ରାଶିକୁ ଗଣେଶ ଚତୁର୍ଥୀ ଅନେକ ଫାଇଦା ଦେବ। ଧନ ସମ୍ପତ୍ତି ବୃଦ୍ଧି ପାଇବ। ଆୟ ବୃଦ୍ଧି ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ। ରିଦ୍ଧ-ସିଦ୍ଧ ଘରେ ସୁଖ ଶାନ୍ତିରେ ବାସ କରିବେ। କ୍ୟାରିୟରରେ ଉନ୍ନତି ହୋଇପାରେ।

Get real time updates directly on you device, subscribe now.