fbpx

ଝିଅ ଜନ୍ମ ହେବାରୁ କଅଁଳ ଶିଶୁ କନ୍ୟାକୁ ବିଷ ଦେଇ ମାରିଦେଲେ ଅଭିଭାବକ

ଭେଲୋର: ସମୟ ବଦଳିଛି, ହେଲେ ବଦଳୁନି ମଣିଷର ମାନସିକତା । ମହିଳାମାନେ ଅନ୍ତରୀକ୍ଷରେ ମଧ୍ୟ ନିଜ ନାମ ଦର୍ଜ କରିସାରିଛନ୍ତି । କିନ୍ତୁ ଲୋକଙ୍କ ଭିତରେ ଆଜି ବି ପୁଅଟିଏ ପାଇଁ ରହିଛି ଦୁର୍ବାର ଆଶା । ତେଣୁ ଅନେକ ସମୟରେ ଝିଅ ଜନ୍ମ ପୂର୍ବରୁ ଗର୍ଭରେ ତାକୁ ହତ୍ୟା କରାଯାଉଥିବା ବେଳେ ପୁଣି ଜନ୍ମ ପରେ ତାକୁ ମାରିଦିଆଯାଉଛି । ଏମିତି ଆଉ ଏକ ଘଟଣା ଘଟିଛି ତାମିଲନାଡୁରେ । ଝିଅ ଜନ୍ମ ହେବାରୁ ଜନ୍ମର ମାତ୍ର ୯ ଦିନ ପରେ ଉଭୟ ବାପା ମାଆ ଝିଅକୁ ମାରିଦେଇଛନ୍ତି । ପରିବାର ବର୍ଗଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାପା ଓ ମାଆଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ତାମିଲନାଡୁର ଭୋପାଲରେ ସି ଜୀଭା ଓ ଜେ ଡାଏନା ନାମକ ଦମ୍ପତିଙ୍କୁ ଏକ ପୁଅର ଅପେକ୍ଷା ଥିଲା । ଜୀଭାଙ୍କ ପ୍ରସବ ସମୟ ହେବାରୁ ତାଙ୍କୁ ଭୋପାଲର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଝିଅ ହେବାରୁ ଦମ୍ପତିଙ୍କ ମନ ଭାଙ୍ଗି ଯାଇଥିଲା । ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ଝିଅକୁ କ୍ଷୀରରେ ବିଷ ମିଶାଇ ପିଆଇ ଦେଇଥିଲେ । ଏଥିରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା । ଦମ୍ପତି ଏନେଇ କାହାରିକୁ କିଛି ନ କହି ତୁରନ୍ତ ଘର ପଛରେ ପୋତିଦେଇଥିଲୋ

ତେବେ ପରିବାର ବର୍ଗ ଝିଅକୁ ନ ପାଇବାରୁ ଦମ୍ପତିଙ୍କୁ ଏନେଇ ପଚାରିବାରୁ କୌଣସି ଉତ୍ତର ପାଇନଥିଲେ । ଏହା ପରେ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା ଓ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.