fbpx

ଦୁର୍ଗା ପୂଜାରେ ବାସିବନି ଇଲିଶି ମାଛ ବେସର, ରୋକ୍ ଲଗାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଆଉ ମାସେ ରହିଲା ଦୁର୍ଗା ପୂଜା । ତେବେ ପୂଜା ପୂର୍ବରୁ ବଙ୍ଗାଳୀମାନଙ୍କ ହାଣ୍ଡିଶାଳରେ ବାସେ ଇଲିଶି ମାଛ । ସୋରିଷ ଦିଆ ଇଲିଶି ମାଛ ବେସର ସମସ୍ତେ ଖାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହା ବଙ୍ଗାଳୀମାନଙ୍କ ଉପରେ ଭାରି ପଡିପାରେ । କାରଣ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପତନ ପରେ କାର୍ଯ୍ୟନିର୍ବାହୀ ସରକାର ଇଲିଶି ମାଛର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ବର୍ତ୍ତମାନ ବଜାରରେ ଅଭାବି ବିକ୍ରି ସହିତ ଦର ମଧ୍ୟ ଅଧିକ ରହିଛି । ତେବେ ଏହି ପ୍ରତିବନ୍ଧକକୁ ହଟାଇ ଭାରତରେ ଇଲିସି ପହଞ୍ଚାଇବା ପାଇଁ ଉପାୟ ବାହାର କରାଯାଇଛି । ଦୂର୍ଗା ପୂଜା ସନୟରେ ବଙ୍ଗାଳୀମାନେ ବାଂଲାଦେଶୀ ଇଲିସି ପାଇବେ କିନ୍ତୁ ଦର ଅଧିକ ରହିବା ନେଇ ଚର୍ଚ୍ଚା ହେଉଛି ।

ଭାରତକୁ ଇଲିଶି ରପ୍ତାନୀ ସମ୍ପର୍କରେ ବାଂଲାଦେଶର ମତ୍ସ ଓ ପଶୁପାଳନ ମନ୍ତ୍ରଣାଳୟର ପରାମର୍ଶଦାତା ଫରିଦ ଅଫତର କହିଛନ୍ତି, ସ୍ଥାନୀୟ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ଯୋଗାଣ ପାଇଁ ଆମେ ଇଲିଶି ମାଛ ଉପରେ ପ୍ରତିବନ୍ଧକ ଲଗାଇଛୁ । ଆମ ଲୋକେ ଇଲିଶି କିଣି ପାରୁନାହାନ୍ତି, ତେଣୁ ଆମେ ରପ୍ତାନୀ କରିପାରିବୁ ନାହିଁ । ଦୁର୍ଗା ପୂଜା ସମୟରେ ଇଲିଶି ରପ୍ତାନୀ ପାଇଁ ବାରଣ କରାଯାଇଛି । ବିଶ୍ବର ପ୍ରାୟ 70 ପ୍ରତିଶତ ଇଲିଶି ଉତ୍ପାଦନ କେବଳ ବାଂଲାଦେଶରେ ହୋଇଥାଏ । ଏହାକୁ ନେଇ ବାଂଲାଦେଶ ସର୍ବଦା ଗର୍ବ କରିଥାଏ । 2012 ମସିହାରେ ତିସ୍ତା ନଦୀ ବିବାଦକୁ ନେଇ ଇଲିଶି ମାଛ ରପ୍ତାନୀ ଉପରେ ରୋକ୍ ଲଗାଇଥିଲା । ଏହାପରେ ଭାରତୀୟ ବଜାରରେ ଦର ବୃଦ୍ଧି ପାଇଥାଏ । କିନ୍ତୁ ଦ ଟେଲିଗ୍ରାଫ ଅନୁସାରେ, 2022 ମସିହାରେ ଏହାର ଦର କମ୍ କରାଯାଇଥିଲା ।

Get real time updates directly on you device, subscribe now.