fbpx

ପିତୃପକ୍ଷରେ ରହୁଛି ଚନ୍ଦ୍ରଗ୍ରହଣ: କେମିତି ଦେବେ ପିତୃପୁରୁଷଙ୍କୁ ଶ୍ରାଦ୍ଧ? କିପରି ପ୍ରସନ୍ନ ହେବେ ପୂର୍ବଜ

ଗ୍ରହଣକୁ ହିନ୍ଦୁ ଧର୍ମରେ ଅଶୁଭ ବୋଲି ଗ୍ରହଣ କରାଯାଇଛି । ବିଶ୍ୱାସ ରହିଛି ଏହି ସମୟରେ ବିଶ୍ୱ, ବ୍ରହ୍ମାଣ୍ଡରେ ନକାରାତ୍ମକ ଶକ୍ତିଙ୍କ ରାଜୁତି ବଢିଥାଏ । ତେଣୁ ଏହି ସମୟରେ ହେଉଥିବା କାମ ଅଶୁଭ । ତେଣୁ ଗ୍ରହଣ ସମୟରେ ଏହି ସବୁ ବିଷୟରେ ଜାଣିବା ଆବଶ୍ୟକ । ଆସନ୍ତା କାଲି ବା ୧୮ ସେପ୍ଟେମ୍ବରକୁ ମଧ୍ୟ ଗ୍ରହଣ ପଡୁଛି । ତେବେ ବର୍ତ୍ତମାନ ପିତୃପକ୍ଷ ଚାଲିଛି ଓ ଏହି ସମୟରେ ଗ୍ରହଣ ପଡୁଥିବାରୁ ପିଣ୍ଡ ଦାନ ଓ ପୂଜା ବିଧିରେ କି ପରିବର୍ତ୍ତନ ବା ନିଷେଦ୍ଧାଦେଶ ରହିଛି, ସେସମ୍ପର୍କରେ ଆସନ୍ତୁ ଜାଣିବା ।

ଆସନ୍ତା କାଲିର ଗ୍ରହଣ ମୀନ ରାଶିରେ ଲାଗୁଛି । କେତୁ ମୀନ ରାଶିରେ ରହିଛନ୍ତି ଓ ଚନ୍ଦ୍ର ମଧ୍ୟ ମୀନ ରାଶିରେ ପ୍ରବେଶ କରୁଛନ୍ତି । ତା ସାଙ୍ଗକୁ ଗ୍ରହଣ ଦିନ ପ୍ରତିପଦା ଶ୍ରାଦ୍ଧ ବି ରହିଛି । ଗ୍ରହଣ ୧୮ ତାରିଖ ସକାଳ ୬ଟା ୧୨ ମିନିଟରୁ ଆରମ୍ଭ ହୋଇ ସକାଳ ୧୦ଟା ୧୭ରେ ଶେଷ ହେବ । ଏହି ପ୍ରକାର ଗ୍ରହଣ ୪ ଘଣ୍ଟା ପାଇଁ ବଳବତ୍ତର ରହିଛି ।

ତେବେ ଏହି ଗ୍ରହଣର ପ୍ରଭାବ ଭାରତ ପାଇଁ ନାହିଁ, ତେଣୁ ଭାରତୀୟଙ୍କ ପାଇଁ ଗ୍ରହଣକୁ ନେଇ କୌଣସି ନିଷେଦ୍ଧାଦେଶ ନାହିଁ । ତେଣୁ ପିତୃପୁରୁଷଙ୍କ ଶ୍ରାଦ୍ଧ କାମ ବିନା ବାଧାରେ କରିପାରିବେ ।
ଚଳିତ ଚନ୍ଦ୍ରଗ୍ରହଣ ଭାରତୀୟ ସମୟାନୁଯାୟୀ ଦିନରେ ଲାଗୁଥିବାରୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା ୟୁରୋପ, ଆମେରିକା, ଆଫ୍ରିକା ଓ ଏସିଆରର କିଛି ସ୍ଥାନରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.