fbpx

ଆମେରିକା ଗସ୍ତରେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଉଠିଲା ପ୍ରଶ୍ନ; ଜବାବ ରଖିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ବିକ୍ରମ ମିଶରୀ। ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ସାକ୍ଷାତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିକ୍ରମ ମିସ୍ରି । “ପ୍ରଧାନମନ୍ତ୍ରୀ ସହ ଅନେକ ବୈଠକ ହୋଇଛି, ଯାହାକୁ ଆମେ ଚୂଡ଼ାନ୍ତ କରିବାକୁ ଚେଷ୍ଟା କରୁଛୁ।

ମୁଁ ବର୍ତ୍ତମାନ ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ବୈଠକ ବିଷୟରେ କହିପାରିବି ନାହିଁ। ଆମ ପାଖରେ କେତେ ସମୟ ଅଛି ଓ କାହା ସହ ବୈଠକ ହୋଇପାରିବ, କେଉଁ ନେତାଙ୍କ ସହ ବୈଠକ ହେବ ସେ ନେଇ ଆମେ ସବୁ ଦିଗରୁ ଅନୁଧ୍ୟାନ କରୁଛୁ।” ଖାଲିସ୍ତାନୀ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁଙ୍କ ଆମେରିକାରେ ଭାରତ ସରକାରଙ୍କ ବିରୋଧରେ ଦାୟର ହୋଇଥିବା ‘ହତ୍ୟା ଉଦ୍ୟମ’ ମାମଲାକୁ ନେଇ ବୈଦେଶିକ ସଚିବ ବିକ୍ରମ ମିସ୍ରି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ଆମେ ପୂର୍ବରୁ କହିସାରିଛୁ ଯେ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଭିଯୋଗ। ଦାୟର ହୋଇଥିବା ଏହି ମାମଲା ଆମର ଦୃଷ୍ଟିକୋଣ ବଦଳାଇବ ନାହିଁ। ଏହି ମାମଲା ଦାୟର କରିଥିବା ବ୍ୟକ୍ତି ଏକ ବେଆଇନ ସଂଗଠନର ପ୍ରତିନିଧିତ୍ୱ କରନ୍ତି । ଯାହାକୁ ୟୁଏପିଏ ୧୯୬୭ ଅନୁଯାୟୀ ବେଆଇନ ଘୋଷଣା କରାଯାଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପ୍ରଥମେ ଡେଲାୱେରର ୱିଲ୍ମିଙ୍ଗଟନ ଯିବେ ଯେଉଁଠାରେ ସେ ଷଷ୍ଠ କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଦେଖାଦେଇଛି।

Get real time updates directly on you device, subscribe now.