fbpx

ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରି କରି ବିବାହ କରିହେବ

ଓଡିଶା ଭାସ୍କର: ପରକୀୟା ପ୍ରୀତି, ଅନ୍ୟର ପତ୍ନୀ ସହ ଫେରାର ପରି ଘଟଣା ବର୍ତ୍ତମାନ ସମୟରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଲୋକଙ୍କ ଭିତରେ ଏକ ଘୃଣା ଭାବନା ରହିଛି । ହେଲେ ଜାଣନ୍ତି, ଅନ୍ୟର ସ୍ତ୍ରୀକୁ ଚୋରି କରିବା ପାପ ନୁହେଁ । ଏମିତି କରିବା ଆମ ବିଶ୍ୱରେ ପ୍ରଚଳିତ ଓ ଆଇନ ସମ୍ମତ କରାଯାଇଛି ।

ଦୁନିଆରେ ଏମିତି ଏକ ଜନଜାତି ରହିଛି, ଯେଉଁଠି ସାଙ୍ଗର ସ୍ତ୍ରୀକୁ ଚୋରି କରି ଅନ୍ୟ ସାଙ୍ଗ ନେଇଯାଇପାରନ୍ତି । ସେହି ସ୍ତ୍ରୀ ସହ ବିବାହ କରି ଭବିଷ୍ୟତ ଗଢନ୍ତି । ଏମିତି ଅଜବ ନିୟମ ରହିଛି ପଶ୍ଚିମ ଆଫ୍ରିକାର ନାଇଜେରିଆରେ । ନାଇଜେରିଆର ୱୋଡାବେ ଜନଜାତିରେ । ଏହି ଜନଜାତି ସମ୍ପର୍କରେ ବାହାର ଦୁନିଆକୁ ଅଧିକ କିଛି ଜଣାନାହିଁ ।

ନାଇଜେରିଆର ଏହି ଜନଜାତିରେ ରୋଚକ ପରମ୍ପରା ସବୁ ରହିଛି । ଘଞ୍ଚ ଜଙ୍ଗଲ ଭିତରେ ରହୁଥିବା ଏହି ଜନଜାତିର ପୁରୁଷ ବିବାହ ଯୋଗ୍ୟ ହେବା ପରେ ତାକୁ ତାର ପୁରୁଷତ୍ୱର ପ୍ରମାଣ ଦେବାକୁ ହୋଇଥାଏ । ଏଥିପାଇଁ ଏକ ପିମ୍ପୁଡି କାମୁଡା ପରୀକ୍ଷା ଦେଇ ଯିବାକୁ ହୁଏ । ଯେଉଁ ପୁରୁଷ ଏହି ପରୀକ୍ଷାରେ ପିମ୍ପୁଡିଙ୍କ କାମୁଡାରେ ନିଜକୁ ସ୍ଥିର ରଖିପାରେ, ତାର ପୁରୁଷତ୍ୱ ସବୁଠାରୁ ଅଧିକ ଓ ତା ପ୍ରତି ଜନଜାତିର ମହିଳା ଆକୃଷ୍ଟ ହୋଇଥାନ୍ତି ।

ଏହା ବ୍ୟତୀତ ପୁରୁଷଙ୍କ ପୁରୁଷତ୍ୱର ପ୍ରମାଣ ପାଇଁ ମହିଳାମାନେ ବିବାହ ପୂର୍ବରୁ ମନମୁତାବକ ପୁରୁଷ ସହ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି । ଯଦି କୌଣସି ମହିଳା ପୁରୁଷଙ୍କ ଦ୍ୱାରା ସନ୍ତୁଷ୍ଟ ହୋଇନଥାନ୍ତି, ତେବେ ସେ ସେହି ପୁରୁଷଙ୍କୁ ଚାହିଁଲେ ଛାଡିଦେଇ ପାରିବେ ।

ସେହିପରି ଏହି ଜନଜାତିର କୌଣସି ମହିଳା ବିବାହ ପରେ ଅନ୍ୟ କୌଣସି ପୁରୁଷ ପ୍ରତି ଆକୃଷ୍ଟ ହୁଏ ଓ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଯାଏ, ତେବେ ସେହି ମହିଳା ନିଜ ସ୍ୱାମୀଙ୍କୁ ଛାଡି ପସନ୍ଦର ପୁରୁଷ ସହ ପଳାଇଯାଇପାରେ .ା ଏଥିପାଇଁ ଏହି ଜନଜାତିରେ ବହୁ ବିବାହର ପରମ୍ପରା ରହିଛି ।

Get real time updates directly on you device, subscribe now.