fbpx

Condomରୁ ବି ହୋଇପାରେ କ୍ୟାନସର! ଯୌନ ସୁଖ ଦେଇପାରେ ଭୟାନକ ରୋଗ: ରିସର୍ଚ୍ଚରୁ ବଡ଼ ଖୁଲାସା

ଓଡ଼ିଶା ଭାସ୍କର: ଅବାଞ୍ଛିତ ଗର୍ଭ ଧାରଣରୁ ରକ୍ଷା ପାଇବା ପାଇଁ ସାଧାରଣତଃ କଣ୍ଡୋମ ବ୍ୟବହାର କରାଯାଏ । ଏହା ଯୌନ ସମ୍ବନ୍ଧୀୟ ରୋଗ ଆଶଙ୍କାରୁ ମଧ୍ୟ ଦୂରେଇ ଦେଇଥାଏ । କିନ୍ତୁ ଏହି କଣ୍ଡୋମ ବ୍ୟବହାର ପାଇଁ ଆଉ ଏକ ବଡ଼ ରୋଗର ଶିକାର ହୋଇପାରେ ମଣିଷ ସମାଜ । ବର୍ତ୍ତମାନ କଣ୍ଡୋମକୁ ନେଇ ଏଭଳି ଏକ ଭୟାନକ ତଥ୍ୟ ସାମନାକୁ ଆସିଛି । କଣ୍ଡୋମକୁ ନେଇ ଆସିଥିବା ଏକ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି କଣ୍ଡୋମକୁ ନେଇ ଆସିଥିବା ଏହହି ରିପୋର୍ଟ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । କଣ୍ଡୋମ ବ୍ୟବହାର କରୁଥିବା ଲୋକମାନଙ୍କୁ କ୍ୟାନସର ଭଳି ରୋଗ ହୋଇପାରେ ବୋଲି ତଥ୍ୟ ସାମନାକୁ ଆସିଛି ।

କଣ୍ଡୋମ ବ୍ୟବହାର କଲେ କ୍ୟାନସର ଭଳି ଭୟାନକ ରୋଗର ଶିକାର ହୋଇପାରନ୍ତି । ଏଭଳି ଏକ ମାମଲା ମଧ୍ୟ ସାମନାକୁ ଆସିଛି । ଆମେରିକାରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ଦେଶର ନମ୍ବର ୱାନ୍ କଣ୍ଡୋମ ‘ଟ୍ରୋଜାନ’ରେ ବିଷାକ୍ତ ରାସାୟନିକ ପଦାର୍ଥ ରହିଥିବା ଏହି ରିପୋର୍ଟରେ ଦାବି ହୋଇଛି । ଏହି ରାସାୟନିକ ପଦାର୍ଥରୁ କ୍ୟାନସର ହେବାର ଆଶଙ୍କା ରହିଛି । ଏ ନେଇ ମ୍ୟାନହଟ୍ଟନ ଫେଡେରାଲ କୋର୍ଟରେ ମୋକଦ୍ଦମା ଦାୟର କରିଛନ୍ତି ମେଥ୍ୟୁ ଗୁଡମ୍ୟାନ୍ । ତାଙ୍କ ଅଭିଯୋଗ ଅନୁସାରେ, ‘TROZAN’ ଅଲଟ୍ରା ଥିନ୍ କଣ୍ଡୋମରେ ପଲିଫ୍ଲୋର ଏଲକାଇଲ ନାମକ ଏକ ପଦାର୍ଥ ରହିଛି । ଏହା PFASର ଏକ ଉପାଦାନ ହୋଇଥିବା ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ବିପଦଚନକ ବୋଲି କୁହାଯାଏ । ପଲିଫ୍ଲୋର ଏଲକାଇଲ ପରିବେଶ ତଥା ମାନବ ଶରୀରର ଦୀର୍ଘସ୍ଥାୟୀ ସ୍ଥିରତା ପାଇଁ ପ୍ରାୟତଃ ଜଣାଶୁଣା । ତେବେ ବିଶେଷ କରି ନନଷ୍ଟିକ ଏବଂ ଜେଲ ବେସ୍ ପାଇଁ ଏହାର ବ୍ୟବହାର ହୋଇଥାଏ ।

ତେବେ କଣ୍ଡୋମରୁ କ୍ୟାନସର ହେଉଥିବା ଆଶଙ୍କାରେ ସ୍ପଷ୍ଟତା ପାଇଁ ଏକ ରିସର୍ଚ୍ଚ ହୋଇଥିଲା, ଏଥିରେ କଣ୍ଡୋମ ଏବଂ ଏହାର ଲୁବ୍ରିକେଣ୍ଟସ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାରେ ୨୯ଟି ଭିନ୍ନ ଭିନ୍ନ କଣ୍ଡୋମକୁ ସାମିଲ କରାଯାଇଥିଲା । ତେବେ ୨୯ଟି ଉତ୍ପାଦରୁ ୧୪ ପ୍ରତିଶତରେ କିଛି PFAS କଣିକା ରହିଥିବା ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ୩ଟି କଣ୍ଡୋମରେ PFAS କଣିକା ରହିଥିବା ବେଳେ ୨ଟି କଣ୍ଡୋମରେ ଲୁବ୍ରିକାଣ୍ଟରେ ରହିଥିଲା PFAS କଣିକା । କଣ୍ଡୋମକୁ ଚିକ୍କଣ ଏବଂ ଷ୍ଟେନ୍ ରେଜିଷ୍ଟାଣ୍ଟସ କରିବା ପାଇଁ ବ୍ୟବହାର ହୋଇଥାଏ ଏହି ରାସାୟନିକ ପଦାର୍ଥର ବ୍ୟବହାର କରିଥାନ୍ତି କମ୍ପାନୀ । କିନ୍ତୁ କଣ୍ଡୋମରେ ରହିଥିବା ଏହି ଲୁବ୍ରିକାଣ୍ଟସ ଯୋଗୁଁ ଏହା ଅନେକ ଲୋକଙ୍କୁ ଆଲଜ୍ରି ହୋଇପାରେ । ଅନୁସନ୍ଧାନରୁ ଜଣାଯାଇଛି ଯେ, ଟ୍ରୋଜାନ ଅଲଟ୍ରା ଥିନ୍ କଣ୍ଡୋମର ଲ୍ୟାବ ପରୀକ୍ଷା ପରେ ଏଥିରେ ଜୈବିକ ଫ୍ଲୋରାଇନ୍ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହା PFASରେ ମଧ୍ୟ ଦେଖିବାକୁ ମିଳିଥିଲା ।

PFAS କ’ଣ?

ଏହି PFAS ହେଉଛି ଏକ ଏମିତି ପଦାର୍ଥ, ଯାହା କର୍କଟ ରୋଗର ଏକ କାରଣ ବୋଲି କୁହାଯାଏ । ଏହା ଦ୍ୱାରା ଜନ୍ମ ନେଉଥିବା ପିଲାଟିର କମ୍ ଓଜନ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଇତ୍ୟାଦି ସମସ୍ୟା ହୋଇପାରେ ବୋଲି ବିବେଚନା କରାଯାଏ । ତେବେ ଏ ନେଇ କଣ୍ଡୋମ ପ୍ୟାକେଟ ଉପରେ କୌଣସି ସୂଚନା ମଧ୍ୟ ଦିଆଯାଇ ନାହିଁ । ତେଣୁ ଏହି ମାମଲାରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି କଣ୍ଡୋମ ଶିଳ୍ପକୁ PFASରୁ ପ୍ରସ୍ତୁତ ଉତ୍ପାଦ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି । ଏହାବ୍ୟତୀତ କଣ୍ଡୋମ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ଅନୁସନ୍ଧାନ କରାଯିବ ଏବଂ ବିପଦଗୁଡିକ ମଧ୍ୟ ଯାଞ୍ଚ କରାଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.