fbpx

ନାବାଳିକା ପ୍ରେମରେ ପାଗଳ ଥିଲେ ବିବାହିତା ଯୁବକ, ସମାଜକୁ ଡରି ଦୁହେଁ ଝୁଲି ପଡିଲେ

ଓଡିଶା ଭାସ୍କର: ବିବାହ ପରେ ମଧ୍ୟ ପ୍ରେମରେ ପଡିଥିଲେ ଯୁବକ । ଘରେ ଗୋଟିଏ ସ୍ତ୍ରୀ ଥାଇ ମଧ୍ୟ ଅନ୍ୟଜଣେ ନାବାଳିକାର ପ୍ରେମରେ ପଡିଥିଲେ । ଦୁହେଁ ଦୁହିଁଙ୍କୁ ଶତ ପ୍ରତିଶତ ଭଲ ପାଉଥିଲେ । ହେଲେ ଜାଣିଥିଲେ ପ୍ରେମକୁ କେବେ ମଧ୍ୟ ସ୍ବିକୃତୀ ମିଳିବ ନାହିଁ । ଏହା ଭାବି ନେଇଗଲେ ଚରମ ନିଷ୍ପତ୍ତି । ଦୁହେଁ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସାଲେପୁର ବ୍ଲକ ନାଳୀଆମୁହଁ, ନାଳୀ ପଡିଆ ଚାଖୁଣ୍ଡା ବଣ ଭିତରେ । ମୃତକ ହେଲେ ସଉରି ପଞ୍ଚାୟତ ଅଲ୍ଲୀପୁର ଗାଁର ପବିତ୍ର ସାମଲଙ୍କ ପୁଅ ମନୋଜ ସାମଲ । ତାଙ୍କ ବୟସ 26 ବର୍ଷ ହେବା ବୋଲି ଜଣାପଡିଛି । ଅନ୍ୟପଟେ ପ୍ରେମିକା ଜଣକ ନାବାଳିକା ହୋଇଥିବା ବେଳେ ପ୍ରକୃତ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମନୋଜ ବାଇକ ଯୋଗେ ଘରୁ କୁଆଡେ ବାହାରକୁ ଚାଲି ଯାଇଥିଲେ । ଅନେକ ସମୟ ପରେ ମଧ୍ୟ ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ପାଇନଥିଲେ । ତେବେ ଆଜି ସକାଳୁ ଖୋଜାଖୋଜି କରିବାରୁ ନାଳୀ ପଡିଆଚାଖୁଣ୍ଡା ବଣରେ ଜଣେ ଅଜଣା ଝିଅ ସହିତ ଗଛରେ ଝୁଲୁଥିବାର ଦେଖିବାକୁ ପାଇଥିଲେ l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଆତ୍ମହତ୍ୟା ଭଳି ମନେହେଉଛି । ତେବେ ତଦନ୍ତ ଶେଷରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।

Get real time updates directly on you device, subscribe now.